STORYMIRROR

Bidyadhar Mantry

Abstract Classics Crime

4  

Bidyadhar Mantry

Abstract Classics Crime

ଭୁଲ୍ ସ୍ଵାଭାବିକ

ଭୁଲ୍ ସ୍ଵାଭାବିକ

1 min
21

ମଣିଷ ମାତ୍ରେ ହିଁ ଭୁଲ୍ ସ୍ଵାଭାବିକ

ପ୍ରାୟ ଜ୍ଞାତ ଅଜ୍ଞାତରେ 

ନିଜ ଭୁଲ୍ କେହି ଦେଖି ପାରୁ ନାହିଁ

ଧାରଣା ଆପେ ମନରେ

ଅଜ୍ଞାନତା ଅବା ଅହଙ୍କାର ଭାବ

ଅବା ହୀନ ମନୋଭାବ 

ନିଜର ଭୁଲ୍ କୁ କିଏ ବା ଦେଖିଛି

ଭାବନାରେ ହୀନ ଭାବ

ନିଜ ଭୁଲ୍ କିଏ ଦେଖି ପାରୁ ନାହିଁ

ଭାବନା ଥାଇ ମନରେ

କୁକର୍ମ ଅବା ଅପରାଧ କାର୍ଯ୍ୟରେ

ଲିପ୍ତ ଥାଏ ନିରନ୍ତରେ

ଗୋଟିଏ ଭୁଲ୍ କୁ ଘୋଡାଇବା ପାଇଁ

ପୁଣି ଆଉ ଏକ ଭୁଲ୍

ନିଜ ସ୍ବାର୍ଥ ପାଇଁ ଜାଣି ଶୁଣି ଭୁଲ୍

ଜୀବନ କ୍ରମଶଃ ଭୁଲ୍


ଭୁଲ୍ କର୍ମ କିଏ ଦେଖୁ ବା ନ ଦେଖୁ

ପରିଣାମ ସେହିପରି

ବିଳମ୍ବ ହେଲେ ବି ପରିଣାମ ଫଳ

ଭୟଙ୍କର ସର୍ବୋପରି

ଅନ୍ୟମାନଙ୍କର ଦୋଷ ଦୁର୍ବଳତା 

ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ 

ଏକ ସହଜାତ ଗୁଣ ମଣିଷର

ସତେ ଅବା ଅବଶୋଷ


ଦେଖୁଛନ୍ତି ସର୍ବ-ଦ୍ରଷ୍ଟା ସବୁ କିଛି

ଭୁଲ୍ ଠିକ୍ ମଣିଷର

ତଥାପି ମଣିଷ ଚିନ୍ତା ଚେତନାରେ

କଳୁଷିତ ନିରନ୍ତର

ପରୋପକାର ଓ ସେବା ମନୋବୃତ୍ତି 

ହୃଦୟରେ ସଦା ରହୁ

ନିଜର ଭୁଲ୍ କୁ ପଶ୍ଚାତାପ ଧାରେ

ଭବ୍ୟ ସଂଶୋଧନ ହେଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract