ଶୁଣ ହେ ନିରାକାର
ଶୁଣ ହେ ନିରାକାର
ପ୍ରଭୁ ହେ ଜୀବନ ଦେଇଛ ଏ କି ପ୍ରକାରର,
ସମାଧାନ ନ କଲେ ନାହିଁ ଟିକେ ଶୁଣ ହେ ନିରାକାର।।
ଚାରି କାନ୍ଥରେ ରହିବି ଝିଅ ଜୀବନ ପାଇଁ,
ଏ ଆଖି ମୋତେ ଦେଇଛ କାହିଁ ପାଇଁ?
ମାଆ କୁହେ ମୁଁ ହସି ପାରିବିନି କହି ପାରିବିନି,
ପ୍ରଭୁ ହେ ନେଇଯାଅ ଏ କଣ୍ଠ ଆଉ ଓଠ ମୁଁ ରଖି ପାରିବିନି।।
ଘରୁ ବାହାରିଲେ ମୁଁ ଯିବି ମୁହଁ ଘୋଡାଇ,
ପ୍ରଭୁ ତୁମ ଦାନର ମୁଖକୁ ଦେବିକି ଏଡ଼ାଇ?
ଭୁଲ୍ ଉଦ୍ଦେଶ୍ୟରେ ପାଖକୁ ଆସିଲେ ଚୁପ୍ ରହିବି ସମ୍ପର୍କ ପାଇଁ,
ଏ ଶରୀର ଲୋଡ଼ା ନାହିଁ ନେଇଯାଅ ହେ ଗୋସାଇଁ।।
ହୃଦୟ ଭିତରେ ଦେଇଛ ନରମ ମନଟେ,
କେମିତି କାହାକୁ କହିବି ଭୁଲ କଥା ମୋତେ ବି କାଟେ।।
ପବନ ଟିକିଏ ମୋ ଜୀବନ ପାଇଁ କାହିଁକି ଛଡୁଛ?
ସମାଜ ନାଁରେ ମୋଠୁ ସବୁ ତ ଛଡେଇ ନେଉଛ।।
ତଥାପି ଲୋକେ କୁହନ୍ତି ମୁଁ ଖରାପ୍ ମୁଁ ଧୋକେବଜ୍,
ପ୍ରଭୁ କାହାକୁ ଗଢିଛ କି ଯିଏ ମୋ ପାଇଁ କରିବ ଆବାଜ୍?
