STORYMIRROR

Bijaya Panda

Tragedy Crime

4  

Bijaya Panda

Tragedy Crime

ଏ ସ୍ବପ ସତ ନହେଉ

ଏ ସ୍ବପ ସତ ନହେଉ

1 min
267

ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଣି

ହୃଦୟ ଥରି ଉଠୁଥାଏ..


ଅନ୍ଧକାର ରାତିରେ ମୁଁ ଥିଲି ଏକୁଟିଆ

ରିକ୍ସା କି ଟାକ୍ସି ମିଳିବାର ସୁବିଧା ନଥିଲା

ଭାବିଲି ଏଇ ପାଖରେ ପରା

ବାଟ କେତେଯେ !

ଚାଲିକରି ପଳେଇବି


ବଜାର୍ ରୁ ତିନି କୋଶ ପରେ ଜଙ୍ଗଲ ଟିଏ

ଆଉ ତାର ଦୁଇ କୋଶ ପରେ ଗାଁ

ବାଘ ସିଂହ ଭାଲୁ ପରି ହିଂସ୍ରଜନ୍ତୁ ନଥିଲେ ବା

ତାଙ୍କର ଭୟ ଥିଲେ ମୁଁ ବା ଏକା

କାହିଁ ଯାଇଥାନ୍ତି ସେ ବାଟରେ !

ଖାଲି ଭୟ ଥାଏ ରକ୍ତ ପିପାସୁ

କଞ୍ଚା ମାଂସର ବାସ୍ନାରେ ପାଗଳ ମାନସିକ ରୋଗୀ ଗୁଡ଼ାକୁ


ଜଙ୍ଗଲ ଆରମ୍ଭ ହେଲା

କିଛି ଚିଂ ଚାଂ କିଚିରି ମିଚିରି ଶବ୍ଦରେ

ମନକୁ ଟାଣକରି ପାଦ ବଢ଼େଇଲି ଆଗକୁ

ବାଟ କୋଷେ ଯାଇଥିବି ବୋଧେ

ହାଲକା ଖସ୍ ଖସ୍ ରୁଣୁ ଶବ୍ଦ ଶୁଭିବା ଆରମ୍ଭ

ଭୁତ ପ୍ରେତ ବୋଧେ, ଭାବି ଆଗକୁ ବଢ଼ିଲି

ଧିରେ ଧିରେ କ୍ରନ୍ଦନ ସ୍ୱର ଶୁଭିଲା

ଥରି ଉଠିଲା ଦେହ, ଟାଙ୍କୁରି ଉଠିଲା ଲୋମ

ରହିଗଲି କିଛି କ୍ଷଣ, ଭାବିଲି

କେହିଜଣେ ଅସୁବିଧାରେ ଅଛିକି ଆଉ

ରାତ୍ରୀ ଘନ ଅନ୍ଧକାର ହେଲେ ବି ସାହସ ଜୁଟେଇ

ଟର୍ଚ୍ଚ ପକେଇ ଶବ୍ଦ ଆସୁଥିବା ଆଡ଼କୁ ଚାଲିଲି


ଯାହା ଦେଖିଲି ଛାତି ଫାଟିଗଲା ଭଳି

ତିନିଜଣ ଅସୁର ଜାବୁଡ଼ି ଧରିଥିଲେ

ମୁହଁ ବନ୍ଦ କରି ତରୁଣୀ ଟିକୁ ଅସଂଯତ ଅବସ୍ଥାରେ

ରଡ଼ି ଛାଡ଼ିଲି, ଛାଡ଼ ଛାଡ଼ ବୋଲି

ଅସୁର ଗୁଡ଼ାକ ଦଉଡ଼ି ଆସିଲେ ହାତରେ ଛୁରୀଧରି

କିଂକର୍ତ୍ତବ୍ୟ ବିମୁଢ଼ ମୁଁ, ଜୀଵନ ବଞ୍ଚେଇବି ନା ତରୁଣୀକୁ

ହାତରେ ଧରିଲି ଶୁଖିଲା କାଠ ଖଣ୍ଡେ,

ସିନେମା ହୀରୋ ପରି ମାଡି ଚାଲୁଥାଏ ଆଗକୁ

ଜଣକୁ ପାହାରେ ପଡ଼ିଲା ହେଲେ ତା ଭିତରେ

ପଛରୁ ଛୁରୀ ମାରିଦେଲା ଆଉ ଜଣେ

ଜାଣିନଥିଲି ତରୁଣୀର ଅବସ୍ଥା କଣ ଥିଲା

କିନ୍ତୁ,

ତା ଭିତରେ ମୋ ନିଦ ଭାଙ୍ଗି ଯାଇଥିଲା

ଆଖି ମଳି ମଳି ଉଠି ଭାବୁଥିଲି

କି ଭୟଙ୍କର ସ୍ୱପ୍ନ ଥିଲା ସତେ !!

ବାସ୍ତବରେ କଣ ଏମିତି କେତେ ନିରୀହ

ଅବଳାଙ୍କ ସହ ଏମିତି ଅତ୍ୟାଚାର ହେଉଛି ସତେ


ଯୌନ ପିପାସୁ ରାକ୍ଷସ ଗୁଡାକ

ନିଜର ଦେହର ଭୋକ ମେଣ୍ଟେଇବାକୁ

ନାରୀକୁ ଭୋଗ ବିଳାସର ବସ୍ତୁ ଭାବନ୍ତି !

ଭୋଗ କରି ସାରି ପୋକ ମାଛିପରି ମାରି ଦିଅନ୍ତି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy