STORYMIRROR

Bijaya Panda

Inspirational

3  

Bijaya Panda

Inspirational

ହେ କରୋନା

ହେ କରୋନା

1 min
119

 ହେ କରୋନା , ହେ କରୋନା ..

  ତୁମେ କାହିଁକି ଏମିତିକା କୁହନା !!

   ଅତି ଶୀଘ୍ର ତୁମେ ଚାଲି ଯାଅନା !!


ଶୁଣି ବିଦେଶୀ ବାବୁଙ୍କ, ଘର ଫେରନ୍ତା ଖବର,

ଚିନ୍ତିତ ଏବେ ସାରା ଗାଁ ଠୁଁ ସହର,

ମାମୁଁ ଘର ଗାଡ଼ି ଭାରି ହୋଇ ତପ୍ତର,

ଟିକିନିଖି ଆସି ନିଅଇ ଖବର,

ଓଃ ହୋ..ସତେ ଏ କି ବିଡ଼ମ୍ବନା


    ହେ କରୋନା , ହେ କରୋନା ..

    ତୁମେ କାହିଁକି ଏମିତିକା କୁହନା !!

    ଅତି ଶୀଘ୍ର ତୁମେ ଚାଲି ଯାଅନା !!


ତୁମ ଆଗମନେ ଋତୁ ବଦଳିଲେ

ଚମକନ୍ତି ଲୋକ, ଚ୍ଛିଙ୍କଟିଏ  ହେଲେ

ଆତ୍ମୀୟ ସ୍ୱଜନ ଏ ଅସମୟେ

କିଏ କାହିଁ ଆଉ ମନେପକାଇବ ହେ

ସେ ଚିତ୍ରଗୁପ୍ତ ଆମ ଚିଠା ଖୋଲିଲାକି

କାଳେ ହେଲାକି ଆମକୁ କରୋନା !

    ସାମାଜିକ ଦୂରତା ରଖ ବଜାୟ ହେ

    ଏକଥା କୁହନ୍ତି ଡାକ୍ତରଙ୍କଠୁଁ ସରକାର ଯାଏ  


  ସୁରକ୍ଷିତ ରହିବା ନିଜ ନିଜ ଘରେ

    ହାତ ଧୋଇବା ଆମେ ସାବୁନରେ

    ନିଜର ଆରୋଗ୍ୟ ଏବେ ନିଜ ହାତରେ 

    ଅକାରଣେ ଘର ବାହାରକୁ ଯାଇ 

    କରୋନାକୁ ନିଜ ଘରକୁ ଡାକନା ।


        ହେ କରୋନା, ହେ କରୋନା ..

        ତୁମେ କାହିଁକି ଏମିତିକା କୁହନା !!

        ଅତି ଶୀଘ୍ର ତୁମେ ଚାଲି ଯାଅନା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational