STORYMIRROR

Bijaya Panda

Classics

3  

Bijaya Panda

Classics

ଆକାଶ ଓ ପୃଥିବୀ

ଆକାଶ ଓ ପୃଥିବୀ

1 min
232

ବିଂଶ ଶତାବ୍ଦୀରେ ଅବତୀର୍ଣ୍ଣ

 ନିସ୍ତେଜ ଧରା

 ନୀଳ ଆକାଶର ଛାତ ତଳେ

 କ୍ଷଣେ ବିଶ୍ରାମ ନେଉଛି 

ସ୍ମିତ ହାସ୍ୟରେ 

ପ୍ରଶ୍ନଟିଏ ରଖେ ଆକାଶ 

ରତ୍ନଗର୍ଭା ତୋର ଉଦର

 ଶୂନ୍ୟତରେ ଭରା !! 

ବୃକ୍ଷରାଜି ଆଧୁନିକତାର ଶିକାର

 ଛମ ଛମ ପାଉଞ୍ଜି ଶବ୍ଦ ସବୁ ବନ୍ଦୀ

 ପିପାଶୁଙ୍କ ବନ୍ଦ କୋଠରୀରେ 

ଜୀବନ ଭୁଲି ଯାଇଛି ଠିକଣା 

କାହିଁକି ତୁ ନୀରବଦ୍ରଷ୍ଟା !

 ତୋ ଗର୍ଭରେ ଲୀନ କରିଦେ 

ମୁରୁକି ହସି ଉତ୍ତର ଦେଲା ଧରଣୀ

 ତୋ ବକ୍ଷ ଚିରି 

ତୁ ବି ଅଜାଡ଼ି ଦେଇଥିଲୁ ପ୍ରେମର ବର୍ଷା

 ତୋର ବିସ୍ତାରିତ ହୃଦୟର ଉହାଡ଼େ 

ଲୁଚି ଲୁଚି ଦେଖିଥିଲୁ ସବୁ ପାପ 

ପାପର ଭାର ଦେଖି ନା ଖସି ପଡ଼ିଲୁ

 ନା ଗର୍ଜନ କରି ସୁରକ୍ଷା ଦେଲୁ ! 

ହେଲେ ବି ତୁ ଚିର ପ୍ରଶସ୍ତ ଆଉ ଅବ୍ୟାପ୍ତ

 ନିର୍ମଳ ଭାବମୂର୍ତ୍ତି 

କେମିତି !

 କାହିଁକି ! 

ଥମି ଯାଇଛି ବିଜୁଳି 

ଭାସି ଯାଇଛି ବାଦଲ

ଗୁମ ସୁମ ଆକାଶ ଉତ୍ତର ଖୋଜୁଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics