STORYMIRROR

Bijaya Panda

Classics

2  

Bijaya Panda

Classics

ପୁଣିଥରେ ଶୀତ

ପୁଣିଥରେ ଶୀତ

1 min
155

ଟୋପା ଟୋପା କାକର ବିନ୍ଦୁ

ଟପ ଟପ ଶବ୍ଦରେ

ଖସି ପଡୁଛି ବୃକ୍ଷ ଲତାରୁ

ଭାସି ଗଲାଣି ଚନ୍ଦ୍ରମା ଦୂର ଆକାଶରେ

ଉଦିତ ଭାନୁ 

ଅଜାଡ଼ି ଦେଲେଣି ରକ୍ତିମ ଆଭା

 ଧରା ପୃଷ୍ଠାରେ

ମତୁଆଲା କାଶତଣ୍ଡି ପବନର ଦୋଳିରେ

ମେଘର ମଲ୍ଲାର ରାଗରେ

ଦୋହଲି ଦୋହଲି ଗାଉଛି ହୃଦୟ ସଂଗୀତ

ଫେରି ଗଲାଣି ଶରତ

ଦେଖ ପୁଣିଥରେ ଆସିଲାଣି ଶୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics