ହୋଲି ଆସିଛି
ହୋଲି ଆସିଛି


ଦୋଳ ଆସିଛି ବୋଲି
ଧାରେ ହସୁଛି ହୋଲି
ଦେଖି ରଙ୍ଗ ବେରଙ୍ଗର ଅଭିର
ମନଟା ହେଲାଣି ବିଭୋର
ମନର ମାନସୀ
ଯିବ ଲାଜେଇ
ତା ମୁରୁକି ହସରେ
ପବନ ଗାଇବ ଗୀତ ମିଳନର
ସ୍ୱାଗତ କରିବ ମେଘ ମହ୍ଲାର
ରଙ୍ଗ ଉଢ଼ଣିରେ ଚେନାଏ ଅକାଶ
ହୃଦୟରେ ଭରି ଅତୁଟ ବିଶ୍ୱାସ
ଉଡ଼େଇ ନିଏ ତତଲା ନିଶ୍ୱାସ
ଜୀବନେ ଭରିବ ଜୀବନର ସ୍ବର
ହେଲେ
ଦୁରେ ଥାଇ ହସେ କରୋନା
କହେ ଏସନ ଏମିତି ହୁଅନା ।।