ମା'
ମା'


ଯା' ପଣତ ପୋଛିଦିଏ ଜୀବନ ଯାକର ଦୁଃଖ
ତା' ହାତ ଆଉଁସାରେ ଥାଏ ସ୍ୱର୍ଗର ସୁଖ
ତିଳ ତିଳ ଜଳି ଯିଏ ଖୁସି ବାଣ୍ଟିଯାଏ
ପୃଥିବୀରୁ ଆକାଶ ଯାଏଁ ପରିବ୍ୟାପ୍ତ ସିଏ
ଯା'ର ମମତା ମାପିବାକୁ ନାହିଁ କିଛି ଯନ୍ତ୍ର
ତା'ର ଆଶିଷ ଏ ଜିବନ ପାଇଁ ମହାମନ୍ତ୍ର
ଶବ୍ଦରେ ବଖାଣି ହୁଏନି ସିଏ
ତା' ଋଣ, ଏ ଜୀବନେ ଶୁଝିବ କିଏ ..!!