STORYMIRROR

Bijaya Panda

Inspirational

2  

Bijaya Panda

Inspirational

ସହିଦ ବାଜି ରାଉତ ସ୍ମୃତି ଚାରଣ

ସହିଦ ବାଜି ରାଉତ ସ୍ମୃତି ଚାରଣ

1 min
348

ବାର ବର୍ଷର ବାଳକ ଟିଏ,

ଶିଖାଇଥିଲା ଦେଶ ପ୍ରେମ ସିଏ


ସହସ୍ର ସଲାମ ସାହସକୁ ତାର,

ଧନ୍ୟ ଏ ଓଡ଼ିଶା, ପାଇ ତା'ପରି ବୀର


ଚାଲିଥାଏ ଗଡ଼ଜାତ ପ୍ରଜା ଆନ୍ଦୋଳନ,

ପ୍ରଜାମେଳିରେ ସେ ଦେଲା ଯୋଗଦାନ


ପଣ କଲା, ଫିରିଙ୍ଗିକୁ କଡ଼ା ଜବାବ ଦେବ ,

ମାଟି ମା'ର ସୁରକ୍ଷା ପାଇଁ ସେ ଲଢ଼ିବ


ବ୍ରାହ୍ମଣୀ ନଦୀର ଉଛୁଳା ବୁକୁରେ

ଘାଟ ଜଗିଥିଲା ସେ ନିର୍ଜନ ପ୍ରହରେ


ରାତି ଅଧଟାରେ ଫିରିଙ୍ଗି ଆସିଲେ,

ନଈପାରି ହେବାକୁ ଡ଼ଙ୍ଗା ମାଗିଲେ


ରୋକିବାକୁ ସେ ରକ୍ତ ମୁହାଁ ଫିରିଙ୍ଗିକୁ 

ପଛେଇଲା ନାହିଁ ନିଜ ଜୀବନ ଦେବାକୁ


ଫିରିଙ୍ଗିକୁ ନାଆ ଦେଲା ସେ ନାହିଁ,

ବନ୍ଧୁକ ଗୁଳିକୁ ଗଲା ସେ ସହି


ଛାଡିବା ଆଗରୁ, ଶେଷ ନିଶ୍ଵାସ 

ପ୍ରଜା ମଣ୍ଡଳୀକୁ ଡାକେ ଦଉଡି ଆସ,

ଫିରିଙ୍ଗି ଆସିଛି ଆମ ଘାଟକୁ,

ରକ୍ଷା କର ଏବେ ମାଟି ମାଆକୁ


ବାଜି ରାଉତ ହେଲା ନାଁଟି ତାର                                                                              

ବାଳକ ହେଲେବି,

ଲକ୍ଷେ ସିଂହର ପରାକ୍ରମୀ ମନ,

ତାପରି ନାହିଁ ଆଉ କେ ବୀର, 

ଗର୍ବ ଗୌରବ ଆମ ମାଟି ମା'ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational