STORYMIRROR

Bijaya Panda

Romance

2  

Bijaya Panda

Romance

କବି

କବି

1 min
435

ତମେ ସେଇ କବି ତ !

ଖବର କାଗଜରେ ତମର ଗଛ କବିତା ପଢ଼ିଥିଲି

ପଚାରିଲା ପାଖରେ ବସିଥିବା ସ୍ତ୍ରୀ ଲୋକଟି

ନାହିଁ ତ କିଏ କହିଲା କବି !

ଏମିତି କିଛି ଲେଖା ଲେଖି କରେ, ମୁଁ କହିଲି

ହେଲେ ପ୍ରେମ କବିତା ଲେଖ

ନାଁ ମୁଁ ଲେଖେନି

ହେଲେ ତମେ ଆଉ କି ଲେଖକ ବା

ମଲା କି କଥା ମୁଁ ମନେ ମନେ ଭାବିଲି


ପ୍ରେମ କବିତାର କେତେ ପ୍ରଭାବ ଜାଣିଛ

ପଚାରିଲେ ସ୍ତ୍ରୀ ଲୋକ ଜଣକ

ମୁଣ୍ଡ ହଲେଇ ନାହିଁର ଉତ୍ତର ଦେଲି

ମୋ ସ୍ୱାମୀ ବାହାଘର ପୁର୍ବରୁ

ମୋତେ ବହୁତ ପ୍ରେମ କବିତା ଶୁଣାଉଥିଲେ

ସେଇ କବିତା ଶୁଣି ଶୁଣି ମୁଁ ପ୍ରେମରେ ପଡ଼ିଗଲି

ହେଲେ ତୁମର ପ୍ରେମ ବିବାହ ବୋଲି ପଚାରିଲି ମୁଁ

ହଁ କହି ଟିକେ ଲାଜେଇ ଗଲେ ସେ

ବହୁତ ଖୁସିରେ ଜୀବନ କଟୁଥିବ ତାହେଲେ

ସବୁଦିନ ନୂଆ ନୂଆ ପ୍ରେମ କବିତା

ପୁରା ଜମି ଯାଉଥିବ ନାହିଁ

ମୁଁ ପଚାରିଦେଲି


ସେ କହିଲେ କୁହନ୍ତୁନି ସେକଥା

ସେଇଥି ପାଇଁ ତ ଘରେ ଝଗଡ଼ା

ଓଃ କାହିଁ କଣ ହେଲା କି

ଏବେ ସେ ପ୍ରେମ କବିତା ଆଉ ମୋତେ ନୁହେଁ

କେବଳ ପଡ଼ିଶା ଘରେ ଶୁଣାଉଛନ୍ତି

ଏବେ ଜାଣିବାକୁ ପାଇଲି ବାହାଘର ପୂର୍ବରୁ

ସେ କେବଳ ମୋତେ ନୁହେଁ

କେତେ ଝିଅଙ୍କୁ ପ୍ରେମ କବିତା ଶୁଣାଉଥିଲେ

ମୁହଁ ଆମ୍ବିଳା କରି କହିଲେ

ମୋର ଷ୍ଟପେଜ ଆସିଗଲା ମୁଁ ଚାଲିଲି କହି

ବସ୍ ରୁ ଉଲ୍ହେଇ ପଡିଲେ ସ୍ତ୍ରୀ ଲୋକ ଜଣକ

ଓଃ ହୋ ବିଚରା ଭାବି ମୁଣ୍ଡରେ ହାତ ରଖିଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance