STORYMIRROR

Bijaya Panda

Others

3  

Bijaya Panda

Others

ଚିଠି ଏବେ ସ୍ମୁତି ଟିଏ

ଚିଠି ଏବେ ସ୍ମୁତି ଟିଏ

1 min
224

ଚିଠି,

କେବେ ପ୍ରୀତିର ବାହକ

କେବେ ଫୁଲର ମହକ

କେବେ ଫଗୁଣର ରଙ୍ଗ

କେବେ ମନର ବିହଙ୍ଗ


ଚିଠି,

କଥା ଦିଏ କଥା ନିଏ

ଭାବନାରେ ବାନ୍ଧି ଦିଏ

ବୁକୁ ତଳ କୋହ ଵଖାଣି

ଅନେକ ଅକୁହା କାହାଣି


ଚିଠି,

ଯୋଡ଼େ ମନ ସହ ମନକୁ

ପ୍ରାଣ ସହ ପ୍ରାଣକୁ


ଚିଠି,

କେବେ ଆଣିଦିଏ ଶବ୍ଦ ବିରହର

କେବେ ସ୍ୱର ପ୍ରତାରଣାର

କିନ୍ତୁ..

ଏମିତି ବି ହୁଏ

ଚିଠିରେ ଚିଠିରେ

ଜୀଵନ ର ଦର୍ଶନ ବଦଳି ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍