STORYMIRROR

Bijaya Panda

Tragedy

3  

Bijaya Panda

Tragedy

ନୂଆ ବର୍ଷ ପୁଣିଥରେ

ନୂଆ ବର୍ଷ ପୁଣିଥରେ

1 min
302


ଇଂରାଜୀ ନୂଆ ବର୍ଷ

ଏଇ ହାପି ନିୟୁର, ତା ପାଇଁ ଭଳିକି ଭଳି

କେତେ ଶୁଭ ବାର୍ତ୍ତା, ଗ୍ରୀଟିଂ କାର୍ଡ଼

ଆଉ ମନ ଭିତରେ ପୁଣି ଆଗାମୀ ବର୍ଷ ଯାଏଁ

ସାଇତା ହେଇ ରହିଯାଉଥିବା କିଛି ପ୍ରତିଶୃତି !

ବାସ୍ ଏତିକି ରେ ସୀମିତ ଆମେ !


ବର୍ଷର ଶେଷ ରାତି ନାଚ ଗୀତ

ମଦ ମାଂସରେ ଚିଅର୍ସ୍ ହେବ

ରାତି ସବୁ ରଙ୍ଗିନ ହେବ

ଆଉ ସେଇ ରାତି ବି ସାକ୍ଷୀ ରହିବ

କେତେ କୁଆଁରୀ ଅନିଚ୍ଛାକୃତ ଭାବେ ହରାଇଥିବା କୁଆଁରିତ୍ୱର

ଆଗ ଭଳି ବିନା ଶୀତଵସ୍ତ୍ରରେ ଅସହ୍ୟ ଜାଡ଼ରେ କୁଙ୍କୁରି ହେଇ ଫୁଟ ପାଥରେ ରାତି କାଟୁଥିବେ କେତେ ଅସହାୟ ମଣିଷ

କେତେ ଅନାଥ ବି ସବୁଦିନ ପରି ଖୋଜିଚାଲିଥିବେ ନିଜର ପରିଚୟ

କେତେ ଯେ ଭୋକିଲା ପେଟ ସହୁଥିବ ଦାରିଦ୍ର୍ୟର ତାଡ଼ନା

ମାଟି ମା ପାଇଁ ଆତ୍ମୀୟଙ୍କଠୁଁ ବହୁ ଦୁରରେ ହାଡ଼ ଭଙ୍ଗା ଶୀତରେ ସୀମାନ୍ତକୁ ଜଗି ରହିଥିବେ ଆମ ସେନା

ସେ ସବୁରୁ ଆମର କି ଯାଏ ଆସେ !

ଆମର ଆଭିଜାତ୍ୟ ଅହଙ୍କାରକୁ ନେଇ ଆମେ ବନ୍ଧା ନିଜ ପରିଧିରେ

ଯାହା ଯେଉଁଠି ଯାହାପାଇଁ ଯେମିତି ଥିଲା ସେମିତି ରହିଯିବ ।


ପୁଣି ହେବ ନୂଆ ସକାଳ

ବିଛାଡ଼ି ପଡ଼ିବ ସୁନେଲି କିରଣ

ବଦଳିଯିବ ତାରିଖ

ପୁଣି କିଛି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଖବର ପଢ଼ି

ଆମେ ଭୁଲି ଯିବୁ ବିଗତ ବର୍ଷର ନିର୍ଭୟାକୁ ପ୍ରିୟଙ୍କାକୁ

ପାଣି ପାଇଁ ହାହାକାର ସହରୀ ଜୀଵନ

ଭୁଲିଯିବେ ପରିବେଶ ସୁରକ୍ଷାର ସବୁ ପ୍ରତିଶ୍ରୁତିକୁ

ପୁଣି କଟାହେବ ଗଛ ଆଧୁନିକତାର ଦ୍ୱାହି ଦେଇ

ପୁଣି ସେଇ ଦୂଷିତ ପବନରେ ଛଟପଟ ଶ୍ୱାସରୂଦ୍ଧ ହେଇ

ପୁଣି ଅସୁରକ୍ଷିତ ମଣୁଥିବେ ଆମ ବିଂଶ ଶତାବ୍ଦୀର ନାରୀ

କେବଳ ତାରିଖ ବଦଳିବାକୁ ଅପେକ୍ଷାକୃତ ଆମେ

ବଦଳିବୁନି କାଣୀଚାଏ..କଣ ପାଇଁ ଯେ !!

କାହିଁକି ନା ..

ଏସବୁ କେବଳ କବିର କବିତା ଟିଏ ପରା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy