STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ଆକାଶରେ ମେଘ ନାହିଁ

ଆକାଶରେ ମେଘ ନାହିଁ

1 min
470


ଝରିଯାଏ ଦେଖ ନିଷ୍ପାପ ଜୀବନ

ମରିପଡେ ଫୁଲ ଛାଇ

ବଞ୍ଜାରା ହୃଦୟ ଭିଜିବାକୁ ସତେ 

ଆକାଶରେ ମେଘ ନାହିଁ..!?


ସବୁ ପାହାଚରେ ଶିଉଳି ଦେଲାକି 

ସଂକ୍ରମିତ ପାଦ ଚିହ୍ନ 

ଉଠିବା ଆଗରୁ ମୁହଁମାଡି ପଡେ

ନବନୀତ ନୂଆ ଜହ୍ନ 

ପ୍ରାଣ ଗହ୍ୱରର ସୂକ୍ଷ୍ମ ମୋତି ଯା' 

ରହିଛି ଅଦୃଶ୍ୟ ହୋଇ

ବଞ୍ଜାରା ହୃଦୟ ଭିଜିବାକୁ ସତେ

ଆକାଶରେ ମେଘ ନାହିଁ..!!


ନରମ ଚୁମ୍ବନ ବ୍ୟତିରେକ ଆଜି

ଝରୁଛି ନୀଳ ଜହର

ଜାଣେନା ଶରତ ଅବା ବର୍ଷାକାଳ

ନାଶିବ ଯେ' ତୃଷା କା'ର

ହେଲେ ହେଉ ପଛେ କଳଙ୍କିନୀ ଜହ୍ନ 

ଝାରୁ ସୁଶୀତଳ ଛାଇ

ବଞ୍ଜାରା ହୃଦୟ ଭିଜିବାକୁ ସତେ 

ଆକାଶରେ ମେଘ ନାହିଁ..!!


ବଡପଣ୍ଡା ଅବା ଦେଶଦ୍ରୋହୀ ଯଦି

ଜିଇଁବାକୁ ଦ୍ବାହି ଦେଇ

ମରିବାର ପଥେ ଗାଲିଚା ବିଛାଏ

ରୋକି କି ପାରିବ କେହି

ନିର୍ଜୀବ କଙ୍କାଳ ସମଭାବ ବଞ୍ଚି

ହେବ ଯାହା ଚାହାଁଚାହିଁ

ବଞ୍ଜାରା ହୃଦୟ ଭିଜିବାକୁ ସତେ

ଆକାଶରେ ମେଘ ନାହିଁ..!!


କୁନ୍ତଳ ଗଭାରେ ଲୁଚିଥିଲା ସର୍ପ

ଦଂଶିତ ହେଲି ମୁଁ ଯାଇ

ପ୍ରେମ ପ୍ରେମ ବୋଲି ଚିତ୍କାରିଲି ଯାହା

କେହିତ ଶୁଣିଲେ ନାହିଁ 

ଉପେକ୍ଷିତ ସତ୍ତ୍ବେ ଅପେକ୍ଷା ସେ ବାଟେ

ଯେ' ବାଟ ଅଫେରା ନଈ

ବଞ୍ଜାରା ହୃଦୟ ଭିଜିବାକୁ ସତେ

ଆକାଶରେ ମେଘ ନାହିଁ..!!


ନରମ ଚୁମ୍ବନେ କମ୍ପିତ ଶରୀର

ରକ୍ତସ୍ନାତ ନେବା ପାଇଁ 

ଫୁଲ ଦେହେ କଣ୍ଟା ଥାଏ ବୋଲି କିବା 

ଆଘାତ ନେବି କୋଳେଇ

ପ୍ରତି ଘାତ ଲେଖେ ସ୍ୱର୍ଣ୍ଣ ଇତିହାସ 

ପାରୁନି ମୁଁ ଆଜି କହି

ବଞ୍ଜାରା ହୃଦୟ ଭିଜିବାକୁ ସତେ 

ଆକାଶରେ ମେଘ ନାହିଁ..!?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics