STORYMIRROR

Manaswinee Mishra

Classics

3  

Manaswinee Mishra

Classics

ଗଜାନନାୟ ନମଃ

ଗଜାନନାୟ ନମଃ

1 min
35


 ଜୟ ଜୟ ବିଘ୍ନେଶ୍ୱର ଗଉରୀ ନନ୍ଦନ 

ଅଜ୍ଞାନୀ ର ବିଭୁ ତୁମେ  ପ୍ରଭୁ ଗଜାନନ ।।

ତୁମ କୃପା ବଳେ ଜ୍ଞାନୀ   ହୁଅଇ ପଣ୍ଡିତ

ତୁମ ଶୋଭା କୀର୍ତ୍ତି ତ୍ରିଭୁବନେ  ହୁଅଇ ମଣ୍ଡିତ ।।

ପୂଜାର ଆରମ୍ଭ ତୁମ୍ଭେ ପ୍ରଭୁ ଗଜାନନ

ବିଘ୍ନ ହର୍ତ୍ତା ଶୁଭ କର୍ତ୍ତା  ପ୍ରଭୁ ଲମ୍ବୋଦର ।।

ଶ୍ରୀ ମୁଖରେ ଶୋଭା ଦିଶେ ସେହି ଏକ ଦନ୍ତ

ମସ୍ତକରେ ଶୋଭା ପାଏ ସିନ୍ଦୂର ତିଳକ ।।

ଜ୍ଞାନ ଦାତା ବୁଦ୍ଧି ଦାତା  ପ୍ରଭୁ ଲମ୍ବୋଦର

ଲଡୁ ପ୍ରିୟ ଭୋଗ ତୁମ କର ମୂଷିକ ସବାର ।। 

ଚତୁର୍ଭୁଜ ଧାରି ତୁମେ  ପାର୍ବତୀ ନନ୍ଦନ 

ପିତା ମାତାଙ୍କର ଅଟ ହୃଦର ଚନ୍ଦନ ।।

ହୃଦୟରେ ଝଲସୁଛି  ରତ୍ନ ମୁକୁତାର ହାର

ତୁମ୍ଭ କୃପା ଅଟେ ପ୍ରଭୁ ଅନନ୍ତ ଅପାର ।।

ଭାଦ୍ର ଶୁକ୍ଳ ଚତୁର୍ଥୀରେ ପୁରି ଉଠେ ପୁର 

ତବ ପୂଜା ଅର୍ଚ୍ଚନାରେ କମ୍ପି ଉଠେ ସହର ବଜାର ।।

ଜାଣି ନାହିଁ ଆବାହନ  ମନ୍ତ୍ର ଅର୍ଚ୍ଚନାର ବିଧି

ପୂଜା ବିଧି ଜାଣେ ନାହିଁ କ୍ଷମା କର

ବାରେ ମୋର  ଏତିକି ମିନତୀ ।।

ଦୟା କର ବାରେ ପ୍ରଭୁ  ଶ୍ରୀ ଗଜାନନ 

ସଂସାରରୁ ଦୂର ହେଉ ଦୁଃଖ କଷ୍ଟର ପାଷାଣ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics