STORYMIRROR

Santanu Bisoi

Classics Others

4  

Santanu Bisoi

Classics Others

ମହିଷାମର୍ଦ୍ଦିନୀ

ମହିଷାମର୍ଦ୍ଦିନୀ

1 min
246


ପାରେନ୍ଦ୍ର ବାହିନୀ ମହିଷାମର୍ଦ୍ଦିନୀ

ଆସ ଆସ ଏ ଧରାକୁ,

ଶାରଦୀୟ ବେଳ, କାଶତଣ୍ଡି ମାଳ

ସ୍ୱାଗତ କରେ ତୁମକୁ।।


ଅଟ୍ଟାଟ୍ଟ୍ୟ ହାସିନୀ ଖର୍ପର ଧାରିଣୀ

ଶକ୍ତି ସ୍ୱରୂପିଣୀ ମାତା

ନିଶୁମ୍ଭ ନାଶିନୀ ଶୁମ୍ଭ ପ୍ରମାଥୀନି

ଜୟ ଜୟ ଜଗଜ୍ଜିତା।।


ଇଜ୍ୟାଦା ବିଭ୍ରାଜା ମାତା କାତ୍ୟାୟନି

ବନ୍ଦୁଛୁ ତୋର ଚରଣ,

ଜଗଜାତନାକୁ ହରଣ କର ମା

ଖୋଲିଦିଅ ତୋ' ତୋରଣ।।


ଶ୍ରୀରାମ ପୂଜିତା ମାତା ଗିରିସୁତା

ତ୍ରେତୟାରେ ଦୟା କଲୁ

ଅସତ୍ୟ ଉପରେ ସତ୍ୟର ବିଜୟ

ରାମେ ରାବଣ ମାରିଲୁ।।


ଦ୍ୱାପରେ ଜନନୀ ଅଟ୍ଟାଟ୍ଟ୍ୟ ହାସିନୀ

ହୋଇ ତୁ ବିଜୁଳି କନ୍ୟା,

ଦେଲୁ ଚେତାବନୀ କଂସକୁ ଭବାନୀ

ମୃତ୍ୟୁର ସ୍ଥାୟୀ ଠିକଣା।।


ଅଧୁନା ଯୁଗରେ ଡାକୁଛୁ ଗୋ ମାୟେ

ଅବତର ଧାରାଧାମେ,

ନର ଅଧମର ଅସୁର ପ୍ରବୃତ୍ତି

କର କର୍ତନ ବିକ୍ରମେ।।


ବିତରୀ ଦିଅ ମା କଲ୍ୟାଣର ଧାରା

ସବୁରି ହୃଦ ଅନ୍ତରେ

ଶୋଷଣ ଧର୍ଷଣ ନାରୀ ଅତ୍ୟାଚାର

ବନ୍ଦ ହେଉ ଏ ଧାରାରେ।।


ନାରୀ ଗାତ୍ରେ ଦିଅ ଚରମ ଶକତି,

ଆୟୁଧ ସୁରକ୍ଷା ପାଇଁ

ସବୁ ଦୁରାଚାରି କରୁ ସେ ହନନ

ମହିଷାମର୍ଦ୍ଦିନୀ ହୋଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics