Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others Classics Abstract

4.5  

ବି. ନିରୁପମା

Others Classics Abstract

ତୁମ ଅଙ୍ଗେ ହେବି ଲୀନ

ତୁମ ଅଙ୍ଗେ ହେବି ଲୀନ

1 min
261



ମୋ ଉପରେ ତୁମେ ଅଶେଷ କରୁଣା

କରିଛ ହେ ପ୍ରିୟତମ ,

ତୁମରି ସହିତ ଯୋଡ଼ିଅଛ ଭାବ

ସେଇ ଅହୋଭାଗ୍ୟ ମମ ।


କେଉଁ ଜନ୍ମେ କିବା ତପ କରିଥିଲି

ଏ ଜନମେ ହେଲ ସଖା ,

ବାରବାର ତୁମ ଭାବେ ବୁଡ଼ିଯାଏ

ଚାହେଁ ପାଇବାକୁ ଦେଖା ।


ନିଇତି ତୁମେ ମୋ ଭାବନାରେ ଆସି

ମନକୁ ମଜ୍ଜାଇ ଦିଅ,

କୋଉଠୁ ଆରମ୍ଭ ହୋଇ ହୁଏ ଶେଷ

ଜାଣି ପାରେନା ତା' ଖିଅ ।


ଶେଷ ହେବ ମୋର ପ୍ରତୀକ୍ଷା-ପରୀକ୍ଷା

ହେବ ଯେବେ ସୁପ୍ରସନ୍ନ ,

ଦୟାବହି ମନମୋହନ ରୂପରେ

ଦେବ ମୋତେ ଦରଶନ ।


କେବେ ସେ ସୁଦିନ ଆସିବ ହେ ଶ୍ୟାମ

ମିଳନ ହୋଇବ ଆମ ,

ଭୁଲିବି ଯେତେକ ସଂସାର ବାସନା

ତୁମ ଅଙ୍ଗେ ହେବି ଲୀନ ।



Rate this content
Log in