STORYMIRROR

Manaswinee Mishra

Others

3  

Manaswinee Mishra

Others

ତାଲା ବନ୍ଦରେ ସଜାଗ ଓ କରୋନା ଭୂତାଣୁରୁ ଦୂରେଇ ରହିବା ପାଇଁ ସାନ ଭଉଣୀ ନିକଟକୁ ଚିଠି

ତାଲା ବନ୍ଦରେ ସଜାଗ ଓ କରୋନା ଭୂତାଣୁରୁ ଦୂରେଇ ରହିବା ପାଇଁ ସାନ ଭଉଣୀ ନିକଟକୁ ଚିଠି

1 min
148

         


          ରାଜକନିକା , କେନ୍ଦ୍ରାପଡ଼ା

                    ତା ୧୯.୮.୨୦୨୦ିଖ 


ମୋ ସ୍ନେହର ଭଉଣୀ ରାଣୀ 

 ବାପା ମାଆ ଜେଜେ ବାପାଙ୍କୁ

ମୋର ପ୍ରଣାମ ଜଣାଇ ଦେବୁ 

ବାପୁନୁ ସିପୁନୁଙ୍କୁ ମୋର ସ୍ନହେ 

ମୁୁଁ ଏଠି ସକୁଶଳେ ରହିଛି 

ଆଶା କରେ ଘରେ ସମସ୍ତେ ଭଲରେ ଥିବ ।।

ଘର କଥା ମୋର ପଡୁଛି ମନେ 

  କେମିତି ଯିବି ମୁୁଁ କହ 

ରାତି ରାତି ମୋର ଅନିଦ୍ରାରେ କଟୁଛି 

  ଆଖିରୁ ଝରୁଛି ଲୁହ ।।

ଏତେଦିନ କେବେ ଏକା ମୁୁଁ ରହିନି 

 ଅଥୟ ହେଲାଣି ମୋହରି ମନ 

କେବେ ଘରକୁ ମୁଁ ଯିବି ତମ ସାଥେ ରହିବି

  ତମମାନଙ୍କୁ ଦେଖି ବ ମୋ ଦୁଇ ନୟନ ।।

କରୋନା ଭୂତାଣୁ ଭାରି ଭୟାନକ 

     ଦୁନିଆକୁ ଗଲାଣି ଗ୍ରାସି 

 ତାଲା ବନ୍ଦ ପୁଣି ମୁଣ୍ଡ ବଥା ବଢ଼ାଉଛି

    ଭୋକେ ରୁହେ ବିଶ୍ବ ବାସି ।।

ଘରେ ସଭିଙ୍କୁ କହିବୁ ବିନା କାରଣରେ 

   ପଦାକୁ ଯିବେନି କେହି 

ବାହାରକୁ ଗଲେ ମୁହେଁ ମାସ ଲଗାଇ

  ଯିବେ ହାତେ ସାନିଟାଇଜର ନେଇ ।।

ସ୍କୁଲ ବନ୍ଦ ଦେଖି ହେଳା କରିବନି 

 ପାଠ ପଢା ଲେଖା ଲେଖି 

ବାପୁନୁ ସିପୁନୁଙ୍କୁ ଆଖିରେ ରଖିବୁ 

  ଥିବୁ ତାଙ୍କ ପାଖାପାଖି ।।

ଜେଜେ ବାପା ମାଆଙ୍କର ସେବା କରୁଥିବୁ

  ଦେଉଥିବୁ ଔଷଧ ସମୟେ ସମୟେ

ଗୁରୁଗୁରୁନ୍ କଥା ମାନୁଥିବୁ 

  ଖାଉଥିବୁ ଠିକ୍ ସମୟେ ।।


  ଆଶା କରେ ସମସ୍ତେ କୁଶଳେ ଥିବ

    ଚିଠି ପାଇ ଚିଠି ଟିଏ ଲେଖିବ 

ତାଲା ବନ୍ଦ ଟିକେ କୋହଳ ହେଲେ 

ଘରକୁ ଆସିବି ମୁୁଁ ଭାରି ସଅଳେ ।।

           || ଇତି ||

     ତୋର ପ୍ରିୟର ଭଉଣୀ ପ୍ରାଚୀ ।।

          ଠିକଣା 

______________

 ପ୍ରେରକ           

  ମନସ୍ଵିନୀ ମିଶ୍ର

ରାଜକନିକା ,କେନ୍ଦ୍ରାପଡା

ପିନ୍ :- ୭୪୨୨୦

ଫୋନ ନମ୍ବର :- ୭୦୦୮୭୬୫୭୪

___________

ପ୍ରାପକ

ବିନୋଦିନୀ ମିଶ୍ର 

ଆୟତନ, କେନ୍ଦ୍ରାପଡ଼ା 

ପିନ୍ :- ୭୫୪୨

ଫୋନ ନମ୍ବର :- ୭୦୦୮୭୬୫୭୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍