STORYMIRROR

Manaswinee Mishra

Abstract

3  

Manaswinee Mishra

Abstract

ଲକଡାଉନ୍ -ଜୀବନ ଶିକ୍ଷା

ଲକଡାଉନ୍ -ଜୀବନ ଶିକ୍ଷା

1 min
202

 


 କରୋନା ରୂପକ ମହାମାରୀ ଦେଖି 

    ସାରା ବିଶ୍ବ ହୁଏ ଆଜି ଥରହର 

 ଭୂତାଣୁକୁ ଦୂର କରିବା ପାଇଁ କି 

    ସରକାର ହେଲେ ତରବର ।।

ଡାକ୍ତର , ପୋଲିସି ,ଆଶାକର୍ମୀ ଆଜି

    ସାଜିଛନ୍ତି ଏ ମର୍ତ୍ତ୍ୟର ଈଶ୍ୱର 

ତାଙ୍କ ନିଃସ୍ଵାର୍ଥପର ସେବାରେ 

  ହସୁ ଅଛି କେତେ ସଂସାର ।।

 ତାଲା ବନ୍ଦ ଦେଖି ପ୍ରବାସୀ ଫେରିଲେ 

    ନିଜ ଜନ୍ମ ମାଟି କୂଳେ 

ସହର ଯାହାର ଘର ସାଜିଥିଲା 

   ଆଜି ସେ ଗାଁଆ ଗହଳିକୁ ଭାଳେ ।।

କରୋନା ଭୟରେ ରାସ୍ତା ଘାଟ ଆଜି 

     ଖାଁ ଖାଁ ଖାଇ ଗୋଡାଉଛି 

ଦୋକାନ ବଜାର ବଡ଼ ହୋଟେଲରେ 

      ବଡ଼ ବଡ଼ ତାଲା ଝୁଲୁଛି ।।

ବେସରକାରୀଆ ଚାକିରି ହରାଇ 

    କପାଳକୁ ତାର ନିନ୍ଦୁଛି 

ଅର୍ଥ ଅଭାବରୁ ପରିବାର ତାର

   ଶାଗ ପଖାଳ ଖାଉଛି ।।

ବଜାର ଦର ଆକାଶ ଛୁଇଁଛି

 ପାଖେ କିଣି ଖାଇବାକୁ ନାହିଁ ଯେ ଧନ 

ଭୂତାଣୁ ଭୟରେ ରୋଗୀ ଅବହେଳା ହୋଇ

 ଅକାଳେ କରୁଛି ପ୍ରାଣ ବିସର୍ଜନ ।।

ପାଠ ପଢା ପିଲା ପ୍ରମାଦ ଗଣନ୍ତି

   ବରଷଟା ହେଲା ବେକାର 

କେତେ ପିଲାଙ୍କର ଖେଳ ପଡ଼ିଆରେ

  ଦିନ ରାତି ଚାଲେ ଆସର ।।

ସବୁ ଜ୍ଞାନ ଆଜି ବେକାର ହେଲାଣି

   ମିଳୁ ନାହିଁ ଉପଚାର 

କେତେ ଶିଶୁ କେତେ ଭେଣ୍ଡିଆ ପୁଅକୁ ହରାଇ

   ନିଅଂଶ ହେଲାଣି ସଂସାର ।।

ଅଫିସିଆ ବାବୁ ଅଫିସ ନ ଯାଇ 

   ଟିଭି ଆଗେ ଚାଲେ ଆସର 

ରାମାୟଣ , ମହାଭାରତେ ଦିନଟି ବିତୁଛି ତାହାର ।।

କେତେ ଲୋକ ଏବେ କବି ସାଜିଛନ୍ତି 

  କେତେ ପୁଣି ଗାୟକ ,ବାଦକ 

ଘରେ ରହି ଝିଅ ରୋଷେଇ ଶିଖୁଛି 

    କିଏ କରେ ଟିକି ଟକ ।।

କେଉଁଠୁ ବୁଝିବ ଉତ୍ତର କେ ଦେବ

  ଏଠି କିଏ ବୁଝେ ଦୁଃଖ କାହାର

ମନ୍ତ୍ରୀ ଯନ୍ତ୍ରୀ ସବୁ ଲୁଚି ପଳାଇଲେ 

  ନ ଦେଇଣ କାହା ଉତ୍ତର ।।

ହେ ବିଶ୍ବ କରତା ତୁମ ସଂସାରରେ 

   ହେଉଛି ସବୁ କି ଅବିଧି

ତୀର୍ଥ ସ୍ଥଳି ସବୁ ଶୂନ୍ୟ ପଡିଅଛି

  ହେଉ ନାହିଁ ପୂଜା ବିଧି ।।

ନଟବର ତୁମେ ନାଟ ଭିଆଇଲ

    ବଡ଼ ଦେଉଳରେ ଥାଇ

ରଥ ବି ଗଡିଲା ଚକ ବି ଗଡିଲା 

   ଏକଥା ବିଶ୍ଵ ଇତିହାସେ ଗଲା ରହି ।।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract