Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଅତୀତ-ଭବିଷ୍ୟତ-ବର୍ତ୍ତମାନ

ଅତୀତ-ଭବିଷ୍ୟତ-ବର୍ତ୍ତମାନ

1 min
247



ଅତୀତକୁ ବେଶି ଝୁରି ହେଉଥିଲେ ଦୁଃଖ-ଲୁହ ଦେଉଥାଏ,

ଅତୀତ ତୃଟିକୁ ସୁଧାରି ପାରିଲେ ସୁଖବେଳ ଆସିଯାଏ ।


ଭବିଷ୍ୟତ କଥା ଚିନ୍ତା କରୁଥିଲେ ଭୟ ଆସୁଥାଏ ମନେ,

ଭବିଷ୍ୟତକୁ ଯେ ଗଢିବାକୁ ଚାହେ ମିଳେ ତାକୁ କେହି ଜଣେ ।


ବର୍ତ୍ତମାନକୁ ଯେ ହେୟଜ୍ଞାନ କରେ ଭବିଷ୍ୟତ ଅନ୍ଧକାର,

ବର୍ତ୍ତମାନକୁ ଯେ କାମରେ ଲଗାଏ ଫିଟେ ତା' ବିକାଶ ଦ୍ୱାର ।


ଅତୀତ ଆମର ପୋତାଧନ ସିନା ଭବିଷ୍ୟ ଶୂନ୍ୟ ଭଣ୍ଡାର,

ବର୍ତ୍ତମାନ ହେଲା ଫସଲ କିଆରୀ ଯତନେ ଅମଳ କର । 


ଅତୀତ ରଖିଛି ଅଭିଜ୍ଞତା ପୁଣି ଭବିଷ୍ୟ ରଖିଛି ସ୍ଵପ୍ନ,

ଅଭିଜ୍ଞତା ଆଉ ସ୍ଵପ୍ଣ ମିଶିଗଲେ ଗଢ଼ିହେବ ବର୍ତ୍ତମାନ ।


ଅତୀତ ଯାଇଛି ଭବିଷ୍ୟ ଆସିବ ବର୍ତ୍ତମାନ ଉପସ୍ଥିତ,

ନିଶ୍ଚୟ ଜିତିବି ନିଶ୍ଚୟ ପାରିବି କୁହ ସ୍ଥିରକରି ଚିତ୍ତ ।



Rate this content
Log in

Similar oriya poem from Classics