ବୟସ୍କ ମଣିଷ
ବୟସ୍କ ମଣିଷ
ପୁରୁଣା କାଠରେ ଉଈ ଲାଗେନାହିଁ ଔଷଧ ପୁରୁଣା ତେଲ,
ପୁରୁଣା ଦିନର କଥା ଭାବିବାକୁ ଲାଗେ ସମସ୍ତଙ୍କୁ ଭଲ |
ଅଚଳ ପଇସା ଚଳେନାହିଁ ସିନା ମୂଲ୍ୟ ବଢିବଢି ଯାଏ,
ପୁରୁଣା ମୁଦ୍ରାର ଚାହିଦା ଅଧିକ ଖୋଜିଲେ ଦେଉଛି କିଏ ?
ସୁନା-ରୁପା ପୁଣି ବିଭିନ୍ନ ଧାତୁରେ ମୁଦ୍ରା ହେଉଥିଲା ଗଢା,
ତା'ର ମୂଲ୍ୟ କିଏ କଳନା କରିବ ବଜାରରେ ଦର ଚଢା |
ହନୁମାନ ମୁଦ୍ରା ବେପାର ପାଇଁ ତ ହଣାକଟା ଚାଲେ ନିତି,
ବ୍ୟବହାର ତା'ର ନଜାଣି ନବୁଝି କିଣାବିକା କରୁଛନ୍ତି |
ଅବସର ପରେ ବୟସ୍କ ମଣିଷ ଅଚଳ ପଇସା ହୁଏ,
ଜ୍ଞାନଦୀପ୍ତ ହୋଇ ଅଭିଜ୍ଞତା ଥାଇ ଘରେ ବସି ରହିଥାଏ |
ଚିହ୍ନାରା ଗ୍ରାହକ ଉଚିତ ମର୍ଯ୍ୟାଦା ସମ୍ମାନ ଦିଅନ୍ତି ତାଙ୍କୁ,
ଅନୁଭବ ତାଙ୍କ ଦକ୍ଷତା ବଢାଏ ନୂଆ କାର୍ଯ୍ୟ କରିବାକୁ |
ଅଲୋଡ଼ା ନୁହନ୍ତି ପୁରୁଣା ମଣିଷ ସେମାନେ ପୁରୁଣା ଘିଅ,
ପଦେକଥା ତାଙ୍କ ଭାଗ୍ୟ ବଦଳାଏ ତାଙ୍କୁ କହିବାକୁ ଦିଅ |
#ସିଧାକଥା
