STORYMIRROR

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଚିତ୍ର ଚରିତ - 50 କବିତା: ସମସ୍ତଙ୍କୁ ଭଲଲାଗେ : -ଡକ୍ଟର କୃତ୍ତିବାସ ନାୟକ

ଚିତ୍ର ଚରିତ - 50 କବିତା: ସମସ୍ତଙ୍କୁ ଭଲଲାଗେ : -ଡକ୍ଟର କୃତ୍ତିବାସ ନାୟକ

1 min
172

ସମସ୍ତଙ୍କୁ ଭଲଲାଗେ -ଫୁଲଟିଏ ଫୁଟିଲେ,

ପଶୁହେଉ ପକ୍ଷୀ ହେଉ ଶିଶୁଟିକୁ ଦେଖିଲେ |


ସମସ୍ତଙ୍କୁ ଭଲଲାଗେ ବୁଢା-ବୁଢୀ ହସିଲେ,

ନିଜଲୋକ ଭଦ୍ରଲୋକ ଆସନରେ ବସିଲେ |


ସମସ୍ତଙ୍କୁ ଭଲଲାଗେ ଦେହ ସୁସ୍ଥ ରହିଲେ,

ପର-ଆପଣା ନ ଭାବି ମିଠାକଥା କହିଲେ |


ସମସ୍ତଙ୍କୁ ଭଲଲାଗେ -ଶାନ୍ତ ଶିଷ୍ଟ ସ୍ଵଭାବ,

ଭଲ ବ୍ୟବହାର ପୁଣି ଦୁଃଖୀ ମନ ନଥିବ |


ସମସ୍ତଙ୍କୁ ଭଲଲାଗେ ଗୀତଟିଏ ଶୁଣିଲେ,

ଗୁଣିଲୋକଠାରୁ ନୂଆ ଭଲକଥା ଜାଣିଲେ |


ସମସ୍ତଙ୍କୁ ଭଲଲାଗେ ଋତୁ ମଧ୍ୟେ ବସନ୍ତ,

ଭୋକବେଳେ ଖାଦ୍ୟ ପୁଣି ଶୋଷବେଳେ ସର୍ବତ |


ସମସ୍ତଙ୍କୁ ଭଲଲାଗେ ଥିଲେ ସଫା-ସୁତର,

ପର ଉପକାରେ ଲାଗୁଥିଲେ ମନ ଶରୀର |



Rate this content
Log in

Similar oriya poem from Classics