ଭକ୍ତି ସ୍ମରଣ
ଭକ୍ତି ସ୍ମରଣ
ଶ୍ରୀ ଚରଣେ ଏତିକି
ମିନତି କୃପା ଉଣା
ନ କରିବୁ।
ଭକତ ନୁହେଁ ଜେ
ପୂଜିବି ରେ ତୋତେ
ଗୁହାରି ଯେତେ ଶୁଣିବୁ।
ବାଇଶି ପାହାଚେ ମୁଣ୍ଡ
ପିଟି ପିଟି ଦୁର୍ନାମ
କେତେ ହେ କରିଛି
କରମ ହଜୁଛି ପ୍ରାରବ୍ଧ
ଜଗିଛି ମରମ କୁ
ଖାଲି ହେଜୁଛି।
ଜଗତ ର ନାଥ ବୋଲାଉ ତୁହି ରେ
ଅମାପ ଶକତି ତୋର
ଦିନ ବନ୍ଧୁ ବୋଲି ଜାଣିଛି
ଜଗତ ଏ ମୁଢ଼ କୁ
କିମ୍ପାଇଁ ନ ତାର ?
ସକାଳ ସଂଜ ରେ
ତୋ ନାମ ସଙ୍କୀର୍ତ୍ତନ
ଜୀବନ ର ମୂଳ ମନ୍ତ୍ର
ମୋହ ଜର୍ଜରିତ ସଂସାର
ଭିତରେ ତୁମେହିଁ
ସକଳ ତୀର୍ଥ।
ଫେରିବା ବାର ରେ ତୁହି
ଏକା ସାହା ତୁହି ତ୍ରାଣ କର୍ତ୍ତା
ଯେତେ ଥର ଏହି ମର୍ତ୍ତ୍ୟ
ଯୋଗ ଥିବ ଜନମ
ଜନ୍ମେ ଭକ୍ତି ସ୍ମରଣ
ଏ ସ୍ମୃତି ରେ ଥାଉ ସାଇତା।
ପ୍ରତ୍ୟକ୍ଷ ନ ହେଲେ
ଉପସ୍ଥିତି ତୋର
ଉପଲବ୍ଧ ସୁଯୋଗ ମିଳୁ
ମର୍ତ୍ତ୍ୟ ଶ୍ରୀକ୍ଷେତ୍ର ଆସ୍ଥାନ
ଯେଉଁଠି ,ଲୀନ ହେବା ଲକ୍ଷ
ଯେମିତି ବାଟ ନ ହୁଡୁ।
