ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ
ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ
ଦଣ୍ଡେରହି,କ୍ଷଣେ ଚାହିଁ, ପନ୍ତି ଭୋଗ ପାଇ ପାଇ,
ନୃତ୍ୟ କରି ଥେଇ ଥେଇ, ଆସେ ଟାହିଆ ହଲାଇ ।
ନିମିଷେ ଵାଙ୍କ ଚାହାଣି, ପୁଣି ଝୁଲେ ଢ଼ଳି ଢ଼ଳି,
ଵିପ୍ରଙ୍କର ଵେଦ ଧ୍ଵନି, ସୁଣି ହସେ କିରି କିରି ।
ଆନନ୍ଦେ କଲ୍ୟାଣ କରି, ଦାଣ୍ଡେ ଚାହେଁ ନେତ୍ର ଭରି,
ଆସିନି କିଏ ସେ ଭକ୍ତ, ଜାଣି ରୁହେ ଥକାମାରି ।
ଭକତର ଡାକ ଶୁଣି, ଭାବରେ ଦଉଡେ ପୁଣି,
ଚାରମାଳ ପାଦଦେଶେ, ଅନାଏଁ ଘଡି କି ଘଡି ।
ଝରୁଥାଏ ଅଶ୍ରୁ ବାରି, ଭକତ ନୟନୁ ପୁରି,
ସେତ ଭକତ ରଙ୍କୁଣା, ଵାର୍ତା ଵୁଝେ ମନ ଜାଣି ।
ହେଉ ଵୋଲି ଆଜ୍ଞା ଦେଇ , ଧିରେ ଚାଲେ ଭାଵଗ୍ରାହି,
ଭାଵର କୁସୁମ,ପାଣି, ଵେନି ଭୁଜେ ତୋଳି ତୋଳି ।
ଭାବଡୋରି କସି କସି, ଭକ୍ତ ମନ ତୋଷି,ତୋଷି,
ଚଢେ ନନ୍ଦିଘୋଷ ଆସି, ମୁରୁକି ମୁରୁକି ହସି ।
ଚହଲେ ଭକତ ମନ, କମ୍ପାଏ କ୍ଷେତ୍ର ଭୂଵନ,
ଗଡେ ନନ୍ଦିଘୋଷ ରଥ, ମୋହେ ତିନିଲୋକେ ନେତ ।