STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମିତ୍ର

ମିତ୍ର

1 min
386

ମିତ୍ରତା ଏକ ଅନ୍ୟ ପରିଚୟ ଖୋଜିଲେ ସହଜେ ମିଳଇ ନାହିଁ

ମିତ୍ର ର ସାହସେ ପଙ୍ଗୁ ଲଘିଂ ପାରେ ସାତ ସମୁଦର ତେର ନଈ  

ଏକମନ ଏକ ଜୀବନ ସଂପର୍କ 

ମିତ୍ର ଦୁଃଖ ମିତ୍ର ବୁଝିପାରଇ


ସତ୍ୟସନ୍ଧ ରାମ ସୀତା ଶୋକେ ଦିନେ ବନେ ବୁଲୁବୁଲୁ ପାଇଥିଲେ

ସୁଗ୍ରୀବ ସମାନ ମିତ୍ର ସେ ସେଦିନ ପାଇ ପରା ବନ୍ଧୁ ବାନ୍ଧିଥିଲେ

କିଷ୍କିନ୍ଧ୍ୟାର ରାଜା ସେ ବାନର ବୀର

ସହ ଲଙ୍କାଗଡ ଜିତିଗଲେ


ଦଶରଥ ଶନି ଯୁଦ୍ଧ କାଳରେ ଶୂନ୍ୟ ରୁ ତାଙ୍କର ରହୁବର

ଖସି ପଡୁଥିଲା ଜଟାୟୁ ରଖିଲା ବିସ୍ତାରି ପକ୍ଷ ପକ୍ଷୀ ତାର

ମଇତ୍ର ସଂପର୍କ ବାନ୍ଧି ହୋଇଗଲା

ଜଟାୟୁ ସହିତ ରାଜାଙ୍କର


ପାର୍ଥ ସହ ମିତ୍ର ଦ୍ଵାପର ଯୁଗର ଅଲିଭା କାହାଣୀ ଏକ

ମିତ୍ରଛଳେ ମହା ଭାରତ ଯୁଦ୍ଧର ନାୟକ ଯେ ବାସୁଦେବ

କୁରୁ ସଭାତଳୁ ଶୁଣିଲ ବୈକୁଣ୍ଠେ

ପଶାଖେଳେ ଯାଜ୍ଞସେନୀ ଡାକ


ସୁଦାମା ବ୍ରାହ୍ମଣ ସମ ଦୁଃଖିଦୀନ ଦାରଦ୍ର୍ୟ କୁ ମିତ୍ର ପଣେ

ବକ୍ଷେ ଭିଡ଼ିନେଇ ବସାଇଲଦେଲ ହେ ଦ୍ଵାରକାର ସିଂହାସନେ

ପବିତ୍ର ବନ୍ଧନ ମିତ୍ର ମହାନତା 

ଏବେବି ଗୁଞ୍ଜରେ କାନେକାନେ


କଳିଯୁଗେ ଯାଜପୁରିଆ ବନ୍ଧୁ ବନ୍ଧୁ ମହାନ୍ତି ର କଥା 

ଅଛପ କାହାକୁ ତୁମେ ତ ପରମ ମିତ୍ର ହେ ପରମ ପିତା

ଆଶ୍ରୟ ମାଗଇ ପ୍ରଫୁଲ୍ଲ ତୁମର

ମିତ୍ର ପାଇଁ ନୁହେଁ ସମରଥା


ମିତ୍ର ଭାବ ନାହିଁ ଭକ୍ତି ଭାବ ନାହିଁ ଯିବନଟା ମୋର ତପ୍ତ ମରୁ

ଶୀତଳ ସଲିଳ ସମ ଶିକ୍ତକର ଏ ଦଗ୍ଧ ପରାଣ ମହାମେରୁ

ଛନ୍ଦା ପଦ ଭାବି କବି ଆଙ୍କେ ଛବି

ମିତ୍ର ଭାବେ ମୋର ଦିନ ସରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics