ଶ୍ରୀ ଜୟଦେବ ରସାୟନ
ଶ୍ରୀ ଜୟଦେବ ରସାୟନ
ଗୀତିଗୋବିନ୍ଦର ସ୍ରଷ୍ଟା ହେ ମହାନ;
ଯୁଗେ ଯୁଗେ ପାଇଁ ରହିଛ ଅମ୍ଳାନ।
କେମିତି ରଚିଲ କହିବକି ସ୍ବାମୀ ;
ପତ୍ନି ଥିଲେ ତବ ଜଗତଜନନୀ।
ପଦ୍ମାବତୀ ନାମ ହୋଇଥିଲା ସାର;
ମର୍ତ୍ତ୍ୟରେ ଉଡ଼ିଲା ବିଜୟର ଧାର।
ଜଳପାଇଁ ଦିନେ ଆକୂଳ ହୋଇଲେ;
ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିନତି କରିଲେ।
ସମୁଦ୍ରତଟର ବାଲୁକାରେ ବସି ;
ଆରାଧନା କଲେ ପ୍ରଭୁ ହେଲେ ଖୁସି।
ପଦ୍ମାବତୀ ମନେ ମନେ ହେଲେ ରୋଷ;
ପତୀଦେବ ମୋର କି ପାଇବେ ଯଶ।
ମନମଧ୍ୟେ ଉଙ୍କିମାରେ ଭାବଗ୍ରାହୀ ;
ଜୀବନ ଜଞ୍ଜାଳୁ କରିଦିଅ ତ୍ରାହି।
ଚିରଦିନ ପାଇଁ ରହିଲା ସୁବର୍ଣ୍ଣ ;
କୋଟିଓଡ଼ିଆଙ୍କ ହୃଦ ପ୍ରାଣଧନ।
ଗୀତରେ ଗୀତିରେ ସେ ଗୀତିଗୋବିନ୍ଦ;
କେଡେ ମନୋରମ ଅଟେ ତାର ଛାନ୍ଦ।
ଅପୂର୍ବ ରଚନା କରିଲ ବିନ୍ଧାଣୀ ;
ଅମୂଲ୍ୟ ଗ୍ରନ୍ଥର ସ୍ରଷ୍ଟା ସୂରମଣୀ।
ଦୟାମୟ ଦୟାକରିଲେ ତୁମକୁ:
ଲେଖନୀ ମୂନରେ ଜିଣିଲ ବିଶ୍ବକୁ।
କେତେ ରାତିଦିନ କଷ୍ଟେ ବିତିଗଲା ;
ଜଗନ୍ନାଥ ସ୍ବାମୀ କଣ୍ଠରୁ ଆସିଲା।
ବିଭୁଚିନ୍ତା ଘାରି ଗାଇଲା ଲେଖନୀ;
ସାଥୀ ଛାଡିଲେନି ତୁମ ପାଟ୍ଟରାଣୀ।
ଗ୍ରନ୍ଥ ରକ୍ଷାପାଇଁ ପ୍ରଭୁ ଆସିଥିଲେ;
ପ୍ରଦେଶର ରାଜା ସ୍ତବ୍ଧ ହୋଇଗଲେ।
ଆହାକି ମାଧୂର୍ଯ୍ୟ ରସ ରଙ୍ଗାୟୀତ;
ଛନ୍ଦେ ଛନ୍ଦେ ଶୋଭା ପାଉଅଛି ପାଦ।
ଅପୂର୍ବ ରଚନା ଅଟେ ସେହି ଗୀତ;
ଶ୍ରବଣେ ତାହାଙ୍କୁ ଆସିଥାଏ ନିଦ।
ଶ୍ୟାମ ସୂରମଣୀ ପ୍ରଭୁ ରାଧାନାଥ;
ଗୀତି ଗୋବିନ୍ଦର ସୂର ପଲ୍ଲବିତ।
ସଂସ୍କୃତ ଭାଷାରେ ନିତ୍ୟ ଚିରନ୍ତନ ;
ପବିତ୍ର ଗ୍ରନ୍ଥର ପାଦେ ନମୋନମଃ।