STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Classics Others

3  

ନାୟକ ଅକ୍ଷୟ ରାଜହସ୍ତୀ

Classics Others

ପଦ୍ମ ବେଶ

ପଦ୍ମ ବେଶ

1 min
413

ସାଧୁ ମନୋହର ଘର ବହୁ ଦୂର

ଆସନ୍ତି ପୁରସ୍ତମ କ୍ଷେତ୍ର

ପ୍ରଭୁ ଦରଶନେ ସଂସାର ବନ୍ଧନେ

ଖୋଜିବେ ମୁକତି ସୂତ୍ର

ଭୀଷଣ କ୍ଲାନ୍ତ _ତୃଷିତ

ପଦ୍ମ ପୋଖରୀରେ ଫୁଟା ଫୁଲ ଦେଖି

ହୋଇଲେ ପୂର୍ଣ୍ଣ ଚକିତ ll

ବିଭୁଙ୍କର କୃପା ନ ହେଲା ଅଛପା

ଭାବର ଠାକୁର ପରା

ଗାମୁଛା ମଇଳା ସଜ ପଦ୍ମ ତୋଳା

ଲାଗି ହେବେ କ୍ଷୀର ଚୋରା

ଅପୂର୍ବ ଭାବ ପସରା

ୟା ପ, ଉଠା ଉଠା

ଶୁଖା ଫୁଲ ପଣ୍ଡାଙ୍କ ଟାହି ଟାପରା ll

କାନ୍ଦି କହେ ଦାସ ପ୍ରଭୁ ଜଗଦୀଶ

ମୋ ଠାରେ କିମ୍ପା ନିର୍ଦ୍ଦୟ

ବଡ ଛତା ମଠ ହେବ ଶେଷ ଘାଟ

ଦେହେ ନାହିଁ ପାରାବାୟ

ମିଚ୍ଛେ ସିନା ମରେ ମୁଁ ଡାକି ଡାକି

ତୁମ୍ଭେ ଭାବର ଠାକୁର ନୁହଁ ll

ପୁରୀ ଗଜପତି ସପନ ଦେଖନ୍ତି

ଦିଅଁଙ୍କ କନ୍ଦା ରହସ୍ୟ

ଶୁଖା ପଦ୍ମ ଫୁଲ ଶ୍ରୀ ଅଙ୍ଗେ ଲାଗିଲେ

ପ୍ରଭୁ ହୋଇବେ ତୋଷ

ତତକ୍ଷଣାତ ଦେଲେ ଆଦେଶ

ତିନି ଦିଅଁ ହେଲେ ପଦ୍ମ ବେଶ

ଧନ୍ଯ ତୁମେ ସାଧୁ ଦାସ ll

କଥା ରହି ଅଛି ଗାଥା ବି କହୁଛି

ବ୍ୟକ୍ତି ର ସାର ନିର୍ଯ୍ୟାସ

ସେ ରାତିରେ ବଡ ସିଂହାର ବେଶରେ

ହୋଇଥିଲେ ପଦ୍ମ ବେଶ

ମାଘ ମାସର ପୀୟୂଷ

ଧନ୍ଯ ତୁମ୍ଭର ଦାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics