STORYMIRROR

Manorama Mohanty

Classics

3  

Manorama Mohanty

Classics

ତୁମ ପାଦେ ନମସ୍କାର

ତୁମ ପାଦେ ନମସ୍କାର

1 min
233


ଭାରତ କୋଳେ ଯୋଗଜନ୍ମା ହୋଇ 

ଜନମି ଥିଲେ ଯିଏ, 

ମହାତ୍ମା ନାମକୁ ସାର୍ଥକ କରି 

ଜାତିପିତା ହେଲେ ସିଏ !

ଭାରତ ମାତାର ମୁକତି ପାଇଁ 

ଅଣ୍ଟା ଭିଡିଥିଲେ ଯିଏ, 

ହିଂସା କୁ ଛାଡି ଅହିଂସା ରଥର 

ସାରଥି ସାଜିଲେ ସିଏ !!

ପାଦେ ପାଦେ ଚାଲି ଗାଁ ରୁ ଗାଁ କୁ 

ଯାଉ ଥିଲେ ଧାଇଁ ସିଏ, 

ଗୋଟିଏଲୋକର ପଛେକୋଟିଲୋକ 

କମ କଥା ନୁହେଁ ଇଏ !!

ସେଇ ଲୋକଟିର ମନୋବଳ ଦେଖି 

ଇଂରେଜ ଡରି ଗଲା, 

ତିନି ଶ 'ବରଷ ଶାସନ କରି ବି 

ଏ ମାଟିରୁ ହଟିଗଲା !!

ସ୍ୱଚ୍ଛ ଭାରତ ର ସପନ ବଣିକ 

କହି ଗଲେ ଡାକି ଡାକି 

ହେ ପ୍ରିୟ ମାନବ ଭାରତ ସନ୍ତାନ 

ମାଆ ପ୍ରେମ ଦିଅ ମାଖି !!

ସାବରମତି ମୋ ପ୍ରିୟ ଆଶ୍ରମରେ 

ତିନି ମାଙ୍କଡ଼ କୁ ରଖି, 

ଶିଖାଇଛି ଯାହା କରିଗଲେ ତାହା 

ହୋଇବ ମୋ ଆତ୍ମା ସୁଖୀ !!

ତୁମ୍ଭେ ଦେଇଥିବା ଅହିଂସା ମନ୍ତର 

ଭୁଲିବୁ ନାହିଁ ଟି କେବେ, 

ହେ ଯୁଗ ପୁରୁଷ ହେ ମହା ମାନବ 

ତୁମ ଗୁଣ ଗାଉ ସର୍ବେ !!

ହେ ଶ୍ରେଷ୍ଠ ସହିଦ ବାପୁଜୀ ଆମର 

ଘେନ ଆମ ଶ୍ରଦ୍ଧାଞ୍ଜଳି 

ତୁମ ହାତ ଗଢ଼ା ଭାରତର ଛବି 

ଯାଇନି ଜମା ବଦଳି !!

କାହିଁ କେତେ ଦୂରେ ରହିଛ ହେ ବାପୁ 

ଅବତରି ଆସ ଏ ଭବେ, 

ଆଜି ଆମେ ଏହି ସହିଦ ଦିବସେ 

ପ୍ରଣତି ବାଢୁଛୁ ସର୍ବେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics