STORYMIRROR

ପ୍ରମୋଦ ଓଝା

Classics Inspirational Others

3  

ପ୍ରମୋଦ ଓଝା

Classics Inspirational Others

ଶ୍ରୀ ଗୁରୁ ଶରଣ

ଶ୍ରୀ ଗୁରୁ ଶରଣ

1 min
300

ଶ୍ରୀ ଗୁରୁ ଶରଣ ମାୟାର ସଂସାରେ ମୋହର

ଅନଳେ ଜଳି ଯାଏ ପ୍ରାଣ ମୋର

ରଖ ଗୁରୁଦେବ ହେ ବିଶ୍ୱ ଈଶ୍ବର

ହୃଦେ ସାଜି ଦିବାକର   ।। ୦

ଯେ କରେ ତୃଣକୁ ବ୍ରହ୍ମ ଅସ୍ତ୍ର ପରି

ତାର ନାମ ଅଟେ ଗୁରୁ ଗୁରୁ

ଯେ ଈଶ୍ବର ଭୋଳା ମହେଶ୍ୱର

ଧରା ତୃଣ ଆଉ ତରୁ  ।।୦୧

ଅଜ୍ଞାନ ଅନ୍ଧାରୁ ଜ୍ଞାନର ଆଲୋକେ

ଦେଖାଇଲ ପଥ ସିନା ବିଷୟାରେ ମଜି

ଗୁରୁ ନ ଭଜିଲେ ଜୀବ ହେବ ପଥ ବଣା  ।।୦୨

କର ହେ କରୁଣା କରୁଣା ବାରିଧି

କର ଯୋଡି ପାଦେ ପଡେ

ନର ଜନ୍ମ ହୋଇ ନରଖର ହୁଏ

ଲୋଭ ମୋହ ଗର୍ବ ମାଡେ ।।୦୩

ସାଗର ଯେସନ କୂଳ ଛୁଇଁଥାଏ

ପ୍ରତି କ୍ଷଣ କ୍ଷଣକରେ ସେମିତି ପ୍ରଭୁ ହେ

ହୃଦେ ଭଜୁଥିବି ପ୍ରାଣ ଛାଡି ଯିବା ଯାଏ  ।।୦୪

ଲୋତକ ଜଳରେ ଗାଧୋଇ ଦେବି ହେ

ଅନୁରାଗ ଗନ୍ଧ ଛିଞ୍ଚି ଜପ ପୁଷ୍ପମାଳା

ପାଦପଦ୍ମେ ଦେବି ଥିବି ଯେତେଦିନ ବଞ୍ଚି   ।।୦୫

ହୃଦୟ ପୁରୀରେ ବସାଇଛି ପ୍ରଭୁ ପତିତପାବନ କହି

ମନର ଭକ୍ତିକୁ ଭୋଗ ଲଗାଇବି

ସାହିତା ଧନ ମୋ ସେହି  ।।୦୬

ତୁମେ ସର୍ବ ଜୀବ ଜୀବର

ଜୀବନ ମୋ ଜୀବନ ଏକା

ତୁମେ ଦୟାକର ଆହେ ଦୟାନିଧି

ତୁମ ରାମ କୃଷ୍ଣ ନାମେ ରମେ ।। ୦୭

ବାଇଆ ପାଗଳା ଫକୀର ବୋଲାଆ 

ଜାତିସ୍ମର ମନେ ଧରି ଅନନ୍ତ

କଳ୍ପର ଆନନ୍ଦ ଦେଇଛ ଗୁରୁ ନାମ ଦାନ କରି    ।। ୦୮ ତୁମେ ହରି ହର ତୁମେ ବିଶ୍ବାସର

ପରିକଳ୍ପନାର ମୂଳ ଶିଖାଇ ଦେଲ

ଏ ମୂଢ଼ ଭୃତ୍ୟରେ ବିଶ୍ବାସେ ଭକ୍ତି ହୁଏ ଠୁଳ ।।୦୯                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics