ବର୍ଣ୍ଣକ
ବର୍ଣ୍ଣକ


ମୃଦୁ ମଳୟରେ ମୃଦୁଲତା ମରେ ମୃଦୁହସେ ମନ ମାଳୀରେ
ରତିରେ ରମିଛି ରଙ୍ଗଣୀ ରମକ ରଙ୍ଗଭେଦି ରଙ୍ଗଶାଳେରେ ।। ୦
ପୁଷ୍ପକ ପାରିରେ ପଲକ ପକାଇ ପାଗଳି ପଚାରେ ପ୍ରାନ୍ତରେ
କାହିଁଗଲେ କୃଷ୍ଣ କମଳାକାନ୍ତ କେ କଳ୍ପନା କୁହଇ କନ୍ଦରେ ।।
ତମଶା ତରୁର ତଟରେ ତାତିଯେ ତୁହାକୁ ତୁହାଟ ତନୁରେ
ବଇଦକୁ ବେଗେ ବଖାଣି ଗୋ ବ୍ୟଥା ବର ବାରେ ବିଭୁ ବଣରେ ।।
ମାଳତୀ ମୋ ମନ ମାତିଛି ମାତଙ୍ଗେ ମନ ମତାଣିଆ ମଣୀରେ କୁଞ୍ଜବିହାରୀ କୁ କାଞ୍ଚନର କେ କରେଛନ୍ଦି କବଳ କରରେ ।।
କଦମ୍ବର କେଳି କୋଣରେ କେତନ କୁହ କୁହ କୃଷ୍ଣ କାନରେ
ସୁମନା ସୁଜାତା ସତୀ ହେ ସକାର ସତାକୁ ସଖୀର ସମରେ ।।
ବନାନୀ ବର୍ଣ୍ଣକ ବୋଳି ରେ ବସିଅଛି ବିମଳା ବନେ ବଳରେ
ଭାବଗ୍ରାହୀ ଭାବେ ଭାବେଣ ଭରିଣ ଭୃଗୁ ଭୃଙ୍ଗ ଭୃଗୁବଲ୍ଲୀରେ ।।