STORYMIRROR

ପ୍ରମୋଦ ଓଝା

Classics Others

3  

ପ୍ରମୋଦ ଓଝା

Classics Others

ବର୍ଣ୍ଣକ

ବର୍ଣ୍ଣକ

1 min
70

ମୃଦୁ ମଳୟରେ ମୃଦୁଲତା ମରେ ମୃଦୁହସେ ମନ ମାଳୀରେ

ରତିରେ ରମିଛି ରଙ୍ଗଣୀ ରମକ ରଙ୍ଗଭେଦି ରଙ୍ଗଶାଳେରେ ।। ୦


ପୁଷ୍ପକ ପାରିରେ ପଲକ ପକାଇ ପାଗଳି ପଚାରେ ପ୍ରାନ୍ତରେ

କାହିଁଗଲେ କୃଷ୍ଣ କମଳାକାନ୍ତ କେ କଳ୍ପନା କୁହଇ କନ୍ଦରେ ।।  


ତମଶା ତରୁର ତଟରେ ତାତିଯେ ତୁହାକୁ ତୁହାଟ ତନୁରେ

ବଇଦକୁ ବେଗେ ବଖାଣି ଗୋ ବ୍ୟଥା ବର ବାରେ ବିଭୁ ବଣରେ ।।


ମାଳତୀ ମୋ ମନ ମାତିଛି ମାତଙ୍ଗେ ମନ ମତାଣିଆ ମଣୀରେ କୁଞ୍ଜବିହାରୀ କୁ କାଞ୍ଚନର କେ କରେଛନ୍ଦି କବଳ କରରେ ।। 


କଦମ୍ବର କେଳି କୋଣରେ କେତନ କୁହ କୁହ କୃଷ୍ଣ କାନରେ

ସୁମନା ସୁଜାତା ସତୀ ହେ ସକାର ସତାକୁ ସଖୀର ସମରେ ।।


ବନାନୀ ବର୍ଣ୍ଣକ ବୋଳି ରେ ବସିଅଛି ବିମଳା ବନେ ବଳରେ 

ଭାବଗ୍ରାହୀ ଭାବେ ଭାବେଣ ଭରିଣ ଭୃଗୁ ଭୃଙ୍ଗ ଭୃଗୁବଲ୍ଲୀରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics