STORYMIRROR

ପ୍ରମୋଦ ଓଝା

Inspirational Others

2  

ପ୍ରମୋଦ ଓଝା

Inspirational Others

ହେ ବୀର

ହେ ବୀର

1 min
3.1K

କରୁଣ ଚିତ୍କାର କ୍ରନ୍ଦନର ଧାରେ 

ଲେଖା ହେଉଅଛି ସମାଜ ରୀତି 

କେବେହେଁ ଉଠିବ ହୁଂକାର ହୁଂକାରୀ

ମନେ ଭରି ଦେଇ ଯୌବନ ତାତି    ।। 


ପ୍ରଳୟ ନାଶଇ ବନାନୀ ଯେସନେ

ସତ୍ୟେ ମାଡ଼ି ଚାଲ ଯୁବକ ପିଢି   

ଶ୍ରାବଣେ ଶ୍ରାବଣୀ ବନ୍ଧ ନ ଭାଙ୍ଗିଲେ

କେବେ ଭାଙ୍ଗିବ କି ବୈଶାଖ ଝଡ଼ି    ।। 


ମାନ ଯଶ ପାଇଁ କେତେଯେ ତୋହର

ମନ ମତାଣିଆ ଡାହୁକ ନୀତି 

ଭୁଜଙ୍ଗ ଯେସନେ କଣ୍ଟାତାଟ ଖୋଜେ 

ଛଡାଇବା ଲାଗି ଦେହରୁ କାତି       ।। 


ସମୟ ସମୟେ ଲୋକ ଦେଖାଣିଆ 

ସାଜୁଛୁ ସମାଜ ପ୍ରତାପ ଶାଳି    

କେବେ ଦେଖି ନୀରେ ନିଜ ପ୍ରତିଛବି

ଏକାନ୍ତରେ ଧନ ହୋଇଛୁ ଭାଳି      ।। 


ସେବାକୁ ଦେଇଛୁ ପ୍ରଚାରର ଅଖ୍ୟା

ମାତିଛୁ ପ୍ରଚାରେ ଦେଇଣ ଭିକ୍ଷା  

ସେବାକୁ କର୍ତ୍ତବ୍ଯ କରହେ ସେବକ

ଏହା ହେଉ ତୁମ ଜୀବନ ଧୀକ୍ଷା     ।। 

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational