Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Classics Others

3  

Sadananda Sahoo

Classics Others

ଲୋକାଚାର ଲୋକଗୀତ

ଲୋକାଚାର ଲୋକଗୀତ

1 min
340


ଲୋକାଚାର ଗୀତ ହୃଦୟ ପରାଣ 

   ମୁଖରୁ ନିଶୃତ ବାଣୀ , 

ବହୁପୁରାତନ  ଜନଶ୍ରୁତି ଜାଣ 

   ଭାଷାର  ବିଭବ ମଣି । 


ଭାଷା ସାହିତ୍ୟର ଲୋକଗୀତ ପିଣ୍ଡ 

   ଇତିହାସ   ମୁକସାକ୍ଷୀ , 

କ୍ରମ ବିକାଶର  ମହାସୁତ୍ର ଧର 

   ସମନ୍ଵୟ ଅଛି  ରଖି ।


କଥିତ ଭାଷାର  ଗୌରବ ଅଧ୍ୟାୟ 

   ଲୋକଗୀତ ଲୋକକଥା , 

ଶାସ୍ତ୍ରାନୁମୋଦିତ   ସର୍ବଜନାଦୃତ 

    ଆମ ପୂର୍ବସୁରି ଗାଥା  । 


ସମାଜିକ ବାର୍ତ୍ତା ପୋଷଣେ ସଦିଚ୍ଛା 

    ଗୁରୁମନ୍ତ୍ର   ସନ୍ନିହିତ , 

ଆହାକି ସଂଯୋଗ  ବିଧି ବିଧାୟକ 

    କଥନର  ପ୍ରାଣମିତ ।


ଢଗ କି ଢମାଳି ଶିକ୍ଷଣୀୟ ପୋଥି 

    ସାହିତ୍ୟ ଆକାଶ ଚାନ୍ଦ , 

ଜୀବନ ସହିତ ସାଦରେ ଜଡିତ 

    ଦୂରକରେ ଛନ୍ଦ ମନ୍ଦ । 


ଲୋକ ନୃତ୍ୟ ଗୀତ ସଂସ୍କୃତିର ମିତ 

    ବଂଶାନୁକ୍ରମିକ  ଧାରା , 

ଘୋଡା ନାଚ ଅବା ପାଇକ ଆଖଡା 

    ସବୁତ ହୃଦୟ  ତାରା । 


ଦାସ କାଠିଆ  ବହୁ ପ୍ରାଚୀନ କଳା 

    ତା'ଠାରୁ  ବଡ଼ ପାଲା , 

ସବୁ  ଉତ୍ସର୍ଗ ହେ'ମୋ ବାନ୍ଧବ ବର୍ଗ 

   ଏ'ଆଶିର୍ବାଦର  କଳା । 


ଶଗଡ଼ିଆ ଗୀତ ଅତୀବ ସୁନ୍ଦର 

    ଚାଷବାସ ଗୀତ ସ୍ଵର୍ଣ୍ଣ , 

ସର୍ବାଗ୍ରେ ଉତ୍କଳ ଭାଷାତା ଶାସ୍ତ୍ରୀୟ 

   ଭାଷାତ ସମ୍ପଦେ ପୁର୍ଣ୍ଣ  । 


ଜଗନ୍ନାଥ ଦେଶ ଉତ୍କଳ ପ୍ରଦେଶ 

    ବାରମାସେ ତେରପର୍ବ , 

ବିଧି ଆଧାରିତ  ଜନ ତୁଣ୍ଡେ ମିତ 

    ଅପୁର୍ବ ମିଳନ ଭାବ  । 

   

ଜଗନ୍ନାଥ ମୟ ସୁରମ୍ୟ ଉତ୍କଳ 

   ଭାଷାତ ସମ୍ପର୍କ ଜ୍ୟୋତି   , 

ଭାଷାର ସୁରକ୍ଷା କରିବା ସର୍ଵଦା 

    ବଢିବ ଅମାରି ଖ୍ୟାତି ।


Rate this content
Log in