Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Classics

3  

TUKUNA SAHU

Classics

ଦେବଦାସୀର ପ୍ରତୀକ୍ଷା

ଦେବଦାସୀର ପ୍ରତୀକ୍ଷା

1 min
202


ମନକୁ ସଜାଇ କୁଞ୍ଜବନ ମୋର 

କରିଛି ତୁମ ପ୍ରତୀକ୍ଷା 

ଆସ ଥରେ ତୁମେ ହେ ନଟ ନାଗର 

ଦେବା ପାଇଁ ପ୍ରୀତି ଭିକ୍ଷା । 


ହେଲାଣି ଉଛର ଅହେ ଚକ୍ରଧର 

ଲୁହରେ ଭିଜେ ପଣତ

ପାଇବାକୁ ତୁମ ଦରଶନ ଖାଲି 

ନେତ୍ର ମୋ ଚାହେଁ କିଞ୍ଚିତ । 


ସମାଜ ତାଡନା ସହି ପ୍ରତାରଣା 

ପାଦରେ ବାନ୍ଧି ଘୁଙ୍ଗୁର 

ଦେବଦାସୀ ସାଜି ନୃତ୍ୟରତ ମୁହିଁ 

ମୋତେ ଟିକେ ଦୟାକର । 


ବିବେକ ଦଂଶନ କରେ ପ୍ରତିକ୍ଷଣ 

ମଉଳି ଯାଉଛି ଆଶା 

ଆସ ଥରେ ପ୍ରଭୁ ଉଦ୍ଧାରିବ ମୋତେ 

କରିଛି ମୁହିଁ ଭରସା ।


Rate this content
Log in

Similar oriya poem from Classics