STORYMIRROR

TUKUNA SAHU

Others

4  

TUKUNA SAHU

Others

କଳଙ୍କିନିର ରୋଦନ

କଳଙ୍କିନିର ରୋଦନ

1 min
350

କୁଆଁରୀ ମାଆର ଶୋକ 

ମନେ ପଡେ ଆଜି ତୁମ ମୁଖକାନ୍ତି

ଅତୀତ ଆମ କାହାଣୀ 

ରହିଗଲା ବାକି ବାଟ ବହୁ ଦୂର 

ସଜାଇ ଦେଲ ବାୟାଣୀ । 


କଥା ଦେଇଥିଲ ସିନ୍ଦୂର ଦେବାକୁ 

ଦେଇ ଗଲ ମୋତେ ଧୋକା 

ଯନ୍ତ୍ରଣା ପୂରିତ ଜୀବନ ଜୀଉଁଛି 

ସାଥୀ ଆଜି ଏକା ଏକା । 


ସର୍ବସ୍ବ ମୋହର ତୁମରି ହାତରେ

ଦେଲି ସିନା ମୁହିଁ ଟେକି 

ସଂସାର କହୁଛି ମୋତେ କଳଙ୍କିନି 

ତୁମେ ଗଲା ପରେ ଠକି । 


ମୋ ଗର୍ଭେ ବଢୁଛି ତୁମରି କଳଙ୍କ 

ପାରେନା କାହାକୁ କହି

ଅପେକ୍ଷା କରିଛି କେବଳ ତୁମକୁ 

ଆଖି ଲୁହ ଓଠେ ଦେଇ । 


ଦେଉନାହଁ ଚିଠି କିମ୍ପାଇଁ ଗୋ ସାଥୀ 

ଭାବି ହୁଏ ନାହିଁ ନିଦ ।

ମୁରୁଛି ଦେଲକି ହୃଦୟରୁ ପୁରା

ପାଇ ମୋ ଦେହର ସ୍ଵାଦ । 


Rate this content
Log in