STORYMIRROR

TUKUNA SAHU

Others

3.9  

TUKUNA SAHU

Others

ମୋ ମାଆ

ମୋ ମାଆ

1 min
208



ମୋ ମାଆ ବଚନ ସବୁଠୁ ମଧୁର

ନଥାଏ ଟିକେ ଛଳନା 

ହାତ ଧରି ମୋର ଚାଲି ଶିଖାଇଛି

ନାହିଁ ଯେ ତାର ତୁଳନା । 


ମୋ ମାଆ ପଣତ ଦୁନିଆଁରେ ଶ୍ରେଷ୍ଠ

ନାହିଁ ତାର ପଟାନ୍ତର 

ଖରା ବରଷାକୁ ନଥାଏ ଖାତିର

ମାଆ ଥିଲେ ପାଶେ ମୋର । 


ତା ରକ୍ତ ମାଂସରେ ମୋର ଦେହ ଗଢା 

ଦେଇଛି କେତେ ଆଦର 

ବକ୍ଷରୁ ତା ଢାଳି ଦେଇଛି ଅମୃତ 

ରଖିବାକୁ ପ୍ରାଣ ମୋର । 


କେତେକ ରାତ୍ରି ସେ ରହିଛି ଅନିଦ୍ରା 

ହିସାବ ନାହିଁ ତାହାର 

ଭୋକ ଶୋଷ ସବୁ ଦେଇଛି ପାଶୋରି 

କରିବାକୁ ସେବା ମୋର । 



Rate this content
Log in