STORYMIRROR

TUKUNA SAHU

Romance

4  

TUKUNA SAHU

Romance

ପୀରତି ଭିକ୍ଷା

ପୀରତି ଭିକ୍ଷା

1 min
380

ଷୋଳ ଶୃଙ୍ଗାର ବାଙ୍କ ଚାହାଣି 

ଓଠରେ ହସ ଦେଖି 

ପ୍ରେମ ଅନଳ ଛୁଇଁଲା କୂଳ

ଆଗୋ ମୋ' ନିରୀମାଖି । 

ସମର୍ପି ଦେଲି ଆପଣା ମନ 

ତୋ'ର ଚରଣେ ତଳେ 

ଦେବାକୁ ସେବା ଦିବସ ନିଶି 

ଶ୍ରଦ୍ଧା ଅମୃତ କାଳେ । 

ପୀରତି ଛୁଙ୍କେ ହୃଦୟେ ଫାଙ୍କେ 

ଅଙ୍କୁରେ ବୀଜ ପ୍ରାୟ 

ଅସ୍ଥିର ହେଲା ଶରୀର ଗୋଟି 

ବଢ଼ିଲା ସ୍ପର୍ଶ ମୋହ ।

ସ୍ବପ୍ନ ମୋ ଦିନେ ହୋଇଲା ସତ୍ୟ 

ପିରତି ଭିକ୍ଷା ପାଇ 

ଉତ୍ସାହ ମନ ଉଲ୍ଲାସ ପଣେ 

ନାଚିଲା ଥେଇ ଥେଇ ।


Rate this content
Log in

Similar oriya poem from Romance