STORYMIRROR

TUKUNA SAHU

Comedy

4  

TUKUNA SAHU

Comedy

ତୁଳନା ବାପା ଓ ଶଶୁର

ତୁଳନା ବାପା ଓ ଶଶୁର

1 min
5

ବାପା ମାଆ କଥା ଲାଗେ ମୋତେ ପିତା 

ଶାଶୁ କଥା ଭରି ମଧୁର 

ଭାଇମାନେ ସବୁ କରମ କୋଢ଼ିଆ 

ଶଳାଟି ମୋହର ଚତୁର ।

ବାପା ମୋର ଧନ ସଞ୍ଚି ନାହିଁ କିଛି 

ଶଶୁର ସାକ୍ଷାତ କୁବେର 

ଝାଟି ମାଟି ଘରେ ବାପା ମୋ ରହୁଚି 

ଶଶୁରର ରାଜ ନଅର । 

ହାତ ପାହାନ୍ତାରେ ମିଳି ଯାଏ ସବୁ 

ଅଛି ଶଶୁରଙ୍କ ଭଣ୍ଡାର 

ବାପାଟା ମୋହର ମଳି ମୁଣ୍ଡିଆଟା 

କରିଛି ଅନେକ ଉଧାର । 

କେତେ ଯଶ ଖ୍ୟାତି ବଡ଼ ତାଙ୍କ ଜ୍ଞାତି 

ପାଳନ୍ତି ବିଦେଶୀ କୁକୁର 

ଆମ ଘରେ ବାପା ଗାଈ ପାଳିଛନ୍ତି 

ଗନ୍ଧୁଚି ତାହାର ଗୋବର । 

ବିରିଆନି ସଙ୍ଗେ ଅନେକ ତିଅଣି 

ଶଶୁର କରନ୍ତି ଆହାର 

ବାପାଙ୍କୁ ମିଳୁନି ପଖାଳ ସାଙ୍ଗକୁ 

ଆମ୍ବରୁ ଦି ଫଡା ଆଚାର । 

ଭଉଣୀ ମୋହର ଅଣ୍ଡିରି ଚଣ୍ଡୀଟା 

ସାଳିଟା ସବୁଠୁ ସୁଧାର 

ସମସ୍ତ ଶିକ୍ଷିତ ଶାଶୁ ଘରେ ମୋର 

ଅଶିକ୍ଷିତ ମୋ ବାପଘର । 



Rate this content
Log in

Similar oriya poem from Comedy