STORYMIRROR

Debadatta Jena

Classics

3  

Debadatta Jena

Classics

ହଜି ଯାଉଥିବା ଚିଠିର ଆତ୍ମ କଥା-ଚିଠି

ହଜି ଯାଉଥିବା ଚିଠିର ଆତ୍ମ କଥା-ଚିଠି

1 min
60

ଚିଠି, 

କେଉଁ ମନ, 

ଗହନ ତଳର, 

ଅବୁଝା ଅଡ଼ୁଆ ଖିଅଟିଏ, 

ଲେଖୁ ଲେଖୁ ଲେଖି ହେଇ ଯାଏ, 

କିଛି ଅବ୍ୟକ୍ତ ଭାବାବେଗର ଅକୁହା ଅଲୋଡ଼ା 

ଅଭିବ୍ୟକ୍ତଟିଏ ହୋଇ, ହୃଦୟର କୋଣ 

ଅନୁକୋଣରେ ସେ ଅଲେଖା କାଗଜ 

ଉପରେ,ସ୍ମୃତିଟିଏ,ମୋତିଟିଏ , 

ନିରବୀ ଲତାର ନିବୁଜ 

ଦରୋଟି ଭାବନା, 

ନିରଳସରେ, 

ନୀରବରେ..!

ଚିଠି, 

କେବେ ଚିରିଯାଏ, 

ଓଦା ହୋଇ ବରଷା ଛିଟାରେ, 

ଆଉ କିଛି ରହି ଯାଆନ୍ତି, ଅସ୍ପଷ୍ଟ, ଅଦୃଶ୍ୟ, 

ଭଙ୍ଗା ଆଳି ମାଳିକାର ସାଇତା ସିନ୍ଦୁକ ଭିତରେ, 

ପୁରୁଣା ଗମ୍ଭୀରି ଥାକରେ, ଅପାସୋରା, 

ଅମାନିଆ ଲୁହ କାକର ଚିହ୍ନରେ, 

ଲିଭି ଲିଭି ଆସୁଥିବା ଝାପ୍ସା, 

ଅକ୍ଷର ମଧ୍ୟରେ ନିଇତି, 

ଗୋପନରେ, ଅତି 

ସନ୍ତର୍ପଣରେ..!

ଅଳନ୍ଧୁ, 

ପରସ୍ତ ପରସ୍ତ ହେଇ, 

ଜମାଟ ବାନ୍ଧେ ସିନା ସ୍ମୃତି ସନ୍ତକରେ, 

ବର୍ଷ ବର୍ଷର ବିଭୋର ପୁଆଣି ସଞ୍ଜ ସ୍ୱପ୍ନ ସବୁ, 

ହଜିବାକୁ ଲାଗନ୍ତି, ଅଳି ପୋକର ଚଞ୍ଚୁରେ, 

ଶବ୍ଦ ମାନେ ଆସ୍ତେ ଅପସରି ଯାଆନ୍ତି, 

ଫୁରୁସିଆ ଘୁଣ ଖିଆ କାଠର, 

ସ୍ବପ୍ନ ଚୌହଦୀରେ, ସ୍ଥିର, 

ନିଃଶ୍ଚଳ, ନିଃର୍ବାକ, 

ଅନ୍ତଃହୀନ ଚୈତ, 

ଆସ୍ତରଣରେ, 

(ଇତି)ରେ..!

"ଖାସ ତୁମର"..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics