STORYMIRROR

Tejaswini Samal

Classics

3  

Tejaswini Samal

Classics

ହତାଶ ଜୀଵନ

ହତାଶ ଜୀଵନ

1 min
24


ଜୀଵନର ପଥ ଏକ ଵେଗହୀନ ଅଶ୍ଵପରି

         କରେ ଧାଵମାନ

କେଵେ ଫୁଲ ତ କେଵେ କଣ୍ଟାର ଶେଯ

ଏ ଜୀଵନର ମାନେ କ'ଣ? 

ଗୋଟେ ନାଟକ ତ !

ଆଜି ଵିଧାତା ର ସ୍ଵରଚିତ ନାଟକରେ 

ବଳିପଡିଯାଉଛି ଆମଭଳି ବର୍ବର ଚରିତ୍ର ଗଣ


ନିୟମ ନାମରେ ଦଗ୍ଧ ହେଉଛି ଆମ ମନ

ନା ସରକାରୀ ସୁବିଧା ନା ଅଛି ସହଯୋଗ

ହେଲେ ଚାରିଆଡେ ହୁରି ପଡିଛି 

ମଧ୍ୟବିତ୍ତ ଶ୍ରେଣୀକ ପାଇଁ ଲାଗୁ ଅଛି ଵିଭିନ୍ନ

         ଯୋଜନା କାର୍ଯ୍ରକ୍ରମ

ଚିନ୍ତା ଓ ଚେତନାର ଵସା ଵାନ୍ଧିଥିବା

 କ୍ଷଣିକ ଆଶା ଆଜି ସାଜିଛି ପଥଭ୍ରଷ୍ଟ .....


ହା ହତାଶର ମଲ୍ଲାବୃକ୍ଷ ପରି ମ୍ରିୟମାଣ

ତଥାପି ଦୁନିଆ ଆଖ୍ୟା ଦିଏ ତୁ ଦାଦନ

ଅନୁଶୋଚନା ର ଉର୍ଦ୍ଧରେ ଏ ସମାଜ

ଜାଣେ ଖାଲି ନିଜର ସଉକ ଓ ମେଣ୍ଟେନାସ 

ମିଠା କଥା ବଦଳେ ଆଖିରେ ତା ଭରିରହିଥାଏ

ନିଜର ଅହଂକାର ଓ ଗାରିମା ର ପରିଚୟ..... 

 


ସଭ୍ୟର ଛାଲ ପିନ୍ଧି ଘୃଣାରେ ନାକ ଟେକେ

ଅପରିଷ୍କାର କହି ନିଜକୁ ଦୂରେଇ ରଖେ

କେଇମୁଠା ଟଙ୍କା ଓ ଚୁଡା ଚିନି ଦେଇ

ଫୋଟ ଉଠାଇଲା ବେଳେ ମନ ଖୁଣ୍ଡେମୋଟ

                ହୋଇଯାଏ

ଜୀଵନର ସାରା ଖୁସି ପାଇଗଲା ବୋଲି ଲାଗେ

ହେଲେ ଗରିବକୁ ମିଳେ ଖାଲି ଥଟା ଉପହାସ 


ସ୍ଵପ୍ନର ଉହାଡରେ ଵୁଲୁଥିବା ଚୁଲବୁଲି ମନ

କେତେଟା ମୁହୂର୍ତ୍ତରେ ସାଜିଯାଏ କ୍ଷତାକ୍ତ 

ସ୍ଵାଭିମାନକୁ ବଳିଦେଇ ଵେଳେଵେଳେ 

ମୁଣ୍ଡ ତଳକୁ କରିବାକୁ ପଡେ

 କଷଣର ଭାର କମ କରିଵା ପାଇଁ 

ନିଜ ପାଇଁ ନୁହେଁ ନିଜର ଅତି ଆପଣାର

        ଲୋକଙ୍କ ପାଇଁ !


ସୁଗମ ପଥରେ ଏଠି ପଥରର ଆଘାତ ସହି

ପାରିଲେ ହିଁ ଆଗକୁ ଯିବାର ଦିଶା ମିଳେ

ହେଲେ ଯେଉଁଠି ଦେହଟା ପଥର ପାଲଟି ଯାଇଛି

ତାକୁ ଅବା କେଉଁ ଆଘାତ ଵଡ ଯେ ? 

ଯାହାର ରକ୍ତ ପାଣି ସାଜିସାରିଛି

ତାକୁ ଏ ଲାଲ ରଙ୍ଗ ଭୟ ଲାଗିବ ବା କାହିଁକି? 


ଵିଚିତ୍ର ଏ ଲୀଳା ଇଶ୍ବରଙ୍କ 

ଯାହା ପାଖେ ସଵୁ ଅଛି 

ତା ପାଖେ ଖୁସିର ପେଟିକାକୁ ଖୋଲି ଦିଅନ୍ତି 

ଆଉ ଯାହା ପାଖେ କିଛି ନାହିଁ

 ତାକୁ ଦୁଃଖ ଦରିଆକୁ ଠେଲିଦିଅନ୍ତି

ସଵୁ ପରେ ବି ପଚାରୁଛି ମନ

କ'ଣ ଆମ ପରିଚୟ 

ମଧ୍ୟବିତ୍ତ ନା ଗରିବ କେଉଁ ଶ୍ରେଣୀକ? 


ପ୍ରତିତ୍ତୋର ଅସ୍ପଷ୍ଟରେ ଭାସି ଆସେ 

ନିଜେ ହିଁ ନିଜର ଉତ୍ତର

 ତେବେ କାହା ସନ୍ଧାନରେ ଏ ଅନ୍ୱେଷଣ ?

ଆକାଶର ବୁକୁରେ ଆଜି ବି ଦିଶୁଛି

ପ୍ରତିଛବି ସଵୁ ଇତିହାସର

ତେବେ ଆଜି ହତାଶ ଜୀଵନରେ ଵି ଲାଗେ

     ନିଆରା ଏ ଜୀବନ !! 



Rate this content
Log in

Similar oriya poem from Classics