STORYMIRROR

Tejaswini Samal

Others

3  

Tejaswini Samal

Others

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
31


ନଖ ମଳିରେ ଜନମ ତୁମ

ପାର୍ବତୀଙ୍କ ହାତେ ଗଢା ଶରୀର

ଗଙ୍ଗା ମାଆଠୁ ପାଇ ଜୀବନ୍ୟାସ 

ଶିବଙ୍କଠୁ ପାଇଲ ମସ୍ତକ 

ତ୍ରିପୁରା ନାହିଁ ଏମନ୍ତ ଶୋଭା

ତୁମେ ଯେ ରଵିଙ୍କ ଆଭା ।


ତୁମେ ଯେ ସିନ୍ଧି ତୁମେ ମୁକ୍ତି

ତୁମ ଵିନା ଯେ ନାହିଁ ଅନ୍ୟଗତି

ତୁମେ ଵିପଦ ନାଶନ, ମହା 

     ଵିନାୟକ

 ତୁମେ ଯେଵେ ଧରାକୁ ଆସ 

      ଧାଇଁ

ତୁମ ପାଇଁ ହୁଏ ପ୍ରସ୍ତୁତି

ଆଖିରୁ ନିଦ ଯାଏ ହଜି। 


ଭାଦ୍ରଵ ଶୁକ୍ଲ ଚତୁର୍ଥୀ 

ଆସେ ଗଣେଶ ପୂଜା

ପାର୍ବଣ ଋତୁର ପ୍ରଥମ ପର୍ଵ

ପଡେ ପ୍ରଭୁ ଗଜାନନଙ୍କର 

ପୁର ପଲ୍ଲୀ ହୁଏ ଉତ୍ସଵ ମୁଖରିତ

ନାଚି ଉଠେ ସାରା ସଂସାର। 


ଗଣେଶ ପୂଜା ଆସେ 

ଵିଦ୍ୟାନୁଷ୍ଠାନ ହୁଏ ଵଡ ଆଡମ୍ବର

ଚାଲେ ଭାରି ସାଜସଜ୍ଜା 

ମୂର୍ତ୍ତି ମଣ୍ଡପ ତୋରଣରେ ହୁଏ ଉଭା

ଵିଘ୍ନ ଵିନାଶକାରୀ , ଅଜ୍ଞାନ ଅନ୍ଧାରକାରୀ

ପାପଵିନାଶକାରୀ ପ୍ରାଣି ଜଗତକୁ ଉଧାରନ୍ତି ଆସି ।


ସେହି ଦିନ ଛାତ୍ରଛାତ୍ରୀ ମନ ହୁଏ 

       ଉଛନ୍ନ

ଗଣେଶ ଦେଵତାକୁ ଗୁହାରୀ 

      କରି

ପ୍ରଣିପାତ କରନ୍ତି ମଥା ଲଗାଇ

କ୍ଷୀର ,ଗୁଡ ସାଥେ ଫଳମୂଳ 

      ଦେଇ

ସଭିଏଁ ଦୁଃଖ ଜଣାନ୍ତି ମିଶି

ମନରେ ଆନନ୍ଦର ଲହରି ଖେଳି

   ଯାଏ କୂଳ ଲଂଘି।


ଭକ୍ତିରେ ଆଖି ଲୋତକରେ

    ଯାଏ ଭରି

ପାଠ ସହ ଆଶିଷ ମାଗନ୍ତି ବସି

ପ୍ରଭୁଙ୍କ ଆସିପାରେ ମନ ହୁଏ 

      ପ୍ରଫୁଲ୍ଲ 

ଭୋକ ଶୋଷ ଭୁଲି ପିଲାଏ 

     ହୁଅନ୍ତି ଏକତ୍ର 

ଗଣେଶ ଚତୁର୍ଥୀ ଆସି ଯେଵେ

ପିଲାଠୁ ବୁଢାଙ୍କ ପ୍ରାଣରେ ଭରେ

    ଅଫୁରନ୍ତ ଆନନ୍ଦ ।


ଆସେ ଗଣେଶ ଚତୁର୍ଥୀ 

ଲାଗେ ଉନ୍ମାଦନା ପ୍ରାଣ ହୁଏ 

    ଚିର ହରଷ

ହୋଇ ଆମୋଦିତ ସାଜନ୍ତି 

     ଵିଭୋର

ହସିଉଠେ ପ୍ରକୃତିରାଣୀ, ହସେ 

     ସୁନ୍ଦର ବନ ପ୍ରଭୁଙ୍କ ଆଗମନେ ଖେଳିଯାଏ 

   ଖୁସିର ଵାର୍ତ୍ତାବହ 

ପୁଲକିତ ହୁଏ ତନୁମନ। 


ଶିମିଳି ପଳାଶର ରକ୍ତିମ 

     ଆଭାରେ

ନିର୍ମଳ ଆକାଶର ଧୀର ସମୀରଣେ

ତୁମେ ଯେଵେ ଆସିଯାଅ

ସାରା ତ୍ରିଲୋକ କରେ କମ୍ପନ

ମହାଵିନାୟକ ହେ ଶ୍ରୀଖଣ୍ଡିନାଶନ

ତୁମ ପୂଜାରେ ସିନ୍ଧି ହୁଏ ପ୍ରାପ୍ତ ।


ହେ ଗଜାନନ ପ୍ରଭୁ ତୁମ ପାଶେ

     ଗୁହାରୀ ମୋର

ତୁମରି ଆଶିଷେ ଵିତିଛି ଜୀଵନ

ଆଉ କିଛି ନ ଲୋଡା ନାହିଁ ମୋ

ତୁମେ ଆଦ୍ୟ ତୁମେ ଓଁ କାର

ତୁମେ ହିଁ ପରମ ଶ୍ରେଷ୍ଠ

ତୁମ ଛତ୍ର ଛାୟା ତଳେ ରହି ପିଣ୍ଡରୁ ଯାଉ ପ୍ରାଣ ।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍