STORYMIRROR

Dr.Sashi Bhushan Mohapatra

Classics

3  

Dr.Sashi Bhushan Mohapatra

Classics

ମାଟିରୁ ଆକାଶ

ମାଟିରୁ ଆକାଶ

1 min
36


ଏକା ଏକା ଲୁହ ଗଡାଇଲେ

କିଏ ଅଛି ତୋତେ କୋଳେଇ ନେବ

ମାଟି ଛଡା ।

ମାଟି ମା' କହୁଛି ଆ

ମୁଁ ତୋତେ ଜାଗା ଦେବି

ତୋ ଓଠରେ ହସ ଭରିଦେବି

ମାଟି ସାଲୁବାଲୁ ହାତରେ

ଆଉଁସି ଦେବି,ଆଖିରୁ ଲୁହ ପୋଛି ଦେବି

ମୋ ପାଖରେ ସବୁ ଅଛି

ମୁଁ ପୂର୍ଣ୍ଣ ଗର୍ଭା ଧରଣୀ ମା' ।


ଆକାଶ ଡାକୁଛି ମୁଁ ଅଛି

ଛାତି ପାତିଛି ଶୂନ୍ୟରୁ ମହାଶୂନ୍ୟ,

ବାହୁରେ ତୋଳିନେଇ ଆଶ୍ରୟ ଦେବି, ତୁ ଆ

ଯେବେ ଚାହିଁବୁ ଆଲୋକ ଦେବି

ଯେବେ ଚାହିଁବୁ ଅନ୍ଧାର ଦେବି

ପବନ ଦେବି,ପାଣି ଦେବି

ତୋ ମୁଣ୍ଡରେ ଆଶୀଷ ଢାଳିଦେବି

ତୁ ଖାଲି ଆକାଶ ଉଡାଣ ଦେ।


ପାଦ ରଖିବାକୁ ମାଟି ଅଛି

ମୁଣ୍ଡ ଉପରେ ଆକାଶର ହାତ ଅଛି

ଆକାଶ ମୁହାଁ ମାଟିର ବୀଜଟିଏ ମୁଁ 

ଜନ୍ମରୁ ମୃତ୍ୟୁ ଯାଏଁ।

ମାଟି କୋଳରେ, ଆକାଶ ଛାତିରେ

ମୁଁ ଖେଳୁଛି, ମୁଁ ଉଡୁଛି

ମୁକ୍ତିର ସଙ୍ଗୀତ ମୁଁ ଗାଉଛି

ମାଟିରୁ ଆକାଶ ଯାତ୍ରା ଚାଲିଥିବା ଯାଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics