STORYMIRROR

Jyochhnarani Nahak

Children

3  

Jyochhnarani Nahak

Children

ଆଜି ମୋର ଭାରି ମନେପଡେ ସିଏ

ଆଜି ମୋର ଭାରି ମନେପଡେ ସିଏ

1 min
12

ମୋ ପାଖରେ ଶୋଉଥିଲା,

କିନ୍ତୁ ମୋ ମାଆ ନଥିଲା।

ମୋ ସାଙ୍ଗରେ ରହୁଥିଲା,

କିନ୍ତୁ ମୋ ବନ୍ଧୁ ନ ଥିଲା।

ମୋ ଆଖିର ଲୁହ ପୋଛୁନଥିଲା,

କିନ୍ତୁ ମୋତେ ଆଲିଙ୍ଗନ କରୁଥିଲା।

ମୁଁ କାନ୍ଦିଲେ କାନ୍ଦୁ ନ ଥିଲା,

କିନ୍ତୁ ପ୍ରେମ ଭରା ନଜରରେ ଚାହୁଁ ଥିଲା।

ମୋତେ କେବେ କଥା କହୁନଥିଲା,

କିନ୍ତୁ ମୋ ରାଗ ସମୟରେ ହସୁ ଥିଲା।

ମୁଁ କିଛି ବି କଲେ କିଛି ହେଉ ନଥିଲା,

କିନ୍ତୁ ମୁଁ ଯାହାବି କହିଲେ ଶୁଣୁଥିଲା।

ଆଜି ମୋର ଭାରି ମନେପଡେ ସିଏ,

ବୁଦ୍ଧି ନଥାଇ ବି ମଣିଷ ପରି ଥିଲା ଯିଏ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children