STORYMIRROR

Chittaranjan Nanda

Crime Inspirational Others

4  

Chittaranjan Nanda

Crime Inspirational Others

ସମାଜେ ଅପରାଧର ପ୍ରଭାବ

ସମାଜେ ଅପରାଧର ପ୍ରଭାବ

1 min
288


ଦିନ ସରିଗଲା ଅଫିସର ବାବୁଙ୍କର ହେଲା

ଅଫିସରେ ଦେଖା,

ହାତ ଗୁଞ୍ଜାରେ କାମ ସେ କରିବେ, ବାବୁଙ୍କ 

ଚାକିରି ଏମିତି ଲେଖା ।୧।


ସାଧାରଣ ଲୋକେ କେମିତି ବୁଝିବେ ଅଫିସର

ବାବୁଙ୍କର ଫନ୍ଦି,

ସଞ୍ଜ ନ‌ଇଁ ଗଲେ ସରବ କାରବାର ଚାଲିବ, ଏହି 

ଯେ କାରସାଦି ।୨।


ଲୋକଙ୍କୁ କହେ ସେ ମୁଁ ଅଟେ ଲାଞ୍ଚୁଆ, ଏଇ ନିୟମ

 କି କୁହ ନୂଆ,

ଚାରିଆଡେ ଦେଖ ବିଡା ବିଡା କାରବାର, ମୋର

 ପାଖେ କଷ୍ଟ କିଆଁ ।୩।


ରହିବ କି ଏଥିରେ ନିର୍ମଳ ହୃଦୟଭାବ ବିନିମୟ 

ନୂଆ ଚିନ୍ତନର ଆଶା,

ସୁନ୍ଦର ଧରଣୀ ଭିତରେ ଦୁର୍ନୀତି ଯଦି ହୋଇଛି 

ଏବେ ମଧୁର ଭାଷା ।୪।


ଲୋଭ କରିଛି ଗ୍ରାସ, ବୁଦ୍ଧି ହୋଇଛି ନାଶ, ରଚନ୍ତି 

ପରା ସେ ଫାଶ,

ଟଙ୍କାର ପାହାଡ଼ ଠୁଳ କରିବାକୁ ସର୍ବଦା ଚାଲି ଅଛି 

ଏମାନଙ୍କ ପ୍ରୟାସ ।୫।


ପର ନାରୀ ପରା ମାଆ ସହ ସମାନ, ନବୁଝଇ 

ଏବେ ଏଇ ନର

ନାରୀ ମାଆକୁ ସମ୍ମାନ ଦିଏନା ମଣିଷ ସମାଜ 

ଆଜି ଛାରଖାର ।୬।


ନୂଆ ବୋହୂଟିକୁ ଗଞ୍ଜଣା ଦିଅନ୍ତି ଯେଉଁଠି 

ଶାଶୁ ନଣନ୍ଦ ମିଶି

ବେସାହାରା ନାରୀ ଯୌତୁକ ଯୁଇରେ ଅକାଳ

ରେ ଯାଏ ଭାସି ।୭।


ଶିଷ୍ଯ ମାନେ ଆଜି ଗୁରୁଙ୍କ ଆଗରେ ନଦିଅନ୍ତି 

ତାଙ୍କୁ ସନମାନ

ଭୋକ ଉପାସରେ ମରେ ଅନାହାରେ ଗରିବକୁ 

କିଏ କରିବ ଦାନ ।୮।


ବଦଳି ଯାଇଛେ ଆମେ, ବଢି ଯାଇ ଅଛି ସରବ 

ଅପରାଧ କଥା

ଅପରାଧି ପାଏ ପାରିଜାତ ମାଳ, ସାଧୁ ପାଏ 

ଏଠି ପାଦର ଜୋତା ।୯।


ଅନ୍ୟର ପିଠିରେ ଆମେ ଗୋଡ଼ ରଖି ଯଦି ଉଠିବାକୁ 

କରୁ ଆଶ,

ଅପରାଧ କିପରି କମିବ, ଆମ ପଛରେ ତ ଅଛି 

ଲୋଭ ନାଗଫାଶ ।୧୦।


ନାରୀ ଟଙ୍କା ଲୋଭରେ ଭାଙ୍ଗୁଛି ସଂସାର, ରହିଛି 

ମନରେ ଭୋକ 

ଶ୍ରମିକ କୃଷକ ବଳି ପଡୁଛନ୍ଥି, ଅପରାଧେ ଚାଲଇ 

ସାରା ଦୁନିଆ ଯାକ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime