STORYMIRROR

Bharatabandhu Biswal

Tragedy Action Crime

4  

Bharatabandhu Biswal

Tragedy Action Crime

ମ୍ଳେଚ୍ଛ ସଂହାର

ମ୍ଳେଚ୍ଛ ସଂହାର

1 min
560


ଅସତ୍ୟ କାଳ ରଜନୀ

କଳା କଳା ସାଲୁବାଲୁ ମ୍ଳେଚ୍ଛ,

ଚିହ୍ନଟ ଓ ସଂହାରଣ ଦୂରୁହ ଦୁଷ୍କର ।

ଶକୁନୀର ବୋଲକରା ପଶାକାଠି

ସାଉଣ୍ଟା ତା ସମ୍ବିଧାନ

ଧୃତରାଷ୍ଟ୍ର ସଞ୍ଜିବନୀ କାନୁନ୍ ଆର୍ଶୀ ପ୍ରାପ୍ତ 

ସତ୍ୟର ମର୍ଯ୍ୟାଦା ଏଣୁ ଏଠି ବିବସ୍ତ୍ରିତ ।

ସଇତାନୀ ଖିଆଲରେ

ପିମ୍ପୁଡିର ନବନ୍ମେଷୁ ଜାତ ଶ୍ରୀ ଗଣେଶ

ବାଡ଼ ହିଁ ଚରିବ କ୍ଷେତ

ଶୃଙ୍ଖଳା ସଂହତି ସବୁ ଖାଲି ବହି ପାଠ ।

ଅସତ୍ୟର କ୍ରୁର ପଞ୍ଝା କବଳରେ 

ତ୍ରାହି ତ୍ରାହି ଡାକୁଥିବେ ସତୀ,

ସ୍ୱାଭିମାନ ପ୍ରାଣ ସତ୍ତା ହୋଇବ ବିଲୁପ୍ତ,

ଜଳି ଜଳି ସୂର୍ଯ୍ୟ ପାଷାଣ କରିବେ ମାଟି

ସମୀରଣ ହୋଇଯିବେ ନର୍ଦ୍ଦମାରେ ବନ୍ଦୀ,

ଭାବଧାରା ହୋଇଲେ କଲମୀ

ପରିଣାମ ପ୍ରବଞ୍ଚନା

ସ୍ୱଧର୍ମ ନୀତି ଆଦର୍ଶ ମୂଲ୍ୟ କିଛି ନାହିଁ ।

ବଢ଼ି ଯାଏ ହୁ ହୁ ଅବିଗୁଣ ଘାସ ଗୁଚ୍ଛ

ବର୍ଣ୍ଣ ସଙ୍କରତା,

ଭୂମିପାଳ ବିହୁଡାଇ ଫସଲର ଈତି

ଅଭିପାଚେ ଶସ୍ୟ ତା କ୍ଷେତରେ,

ମ୍ଳେଚ୍ଛ ସଂହାର ନୁହେଁ ଏକ ପ୍ରଶ୍ନବାଚୀ

ବରଂ ଅନିର୍ବାର୍ଯ୍ୟ ଅନାଗତ ସତ୍ୟ ।

ଯୁଗେ ଯୁଗେ ମହା ବିଶ୍ୱପାଳଙ୍କର ହୁଏ ଅବତାର

ଅନାବିଳ ଚିରନ୍ତନୀ ନବନ୍ମେଷେ

ହୋଇଥାଏ ଜୀବନ ସମ୍ପାତ,

ସତ୍ୟ ଧର୍ମ ତପୋମୟ ସମାଜର

ଉଦବରଣ ହୁଅଇ ଅବଶ୍ୟ ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy