Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Tragedy Crime

4.7  

Sambit Srikumar

Tragedy Crime

ହରିଲୁଟ୍

ହରିଲୁଟ୍

1 min
205



ଆଜି ଏଠି ଲୁଟିନେବା ପାଇଁ ଟାକି ବସିଛନ୍ତି ଶାଗୁଣା ଛଞ୍ଚାଣ,

ତୁଣ୍ଡରେ ହରିନାମ ଜପି ଜପି ହାତରେ ମାଳି ଗଡ଼ାଉଛି ଭଣ୍ଡ ,

ସୁଯୋଗ ଜୁଟୁନି ବୋଲି ସିଏ ନିଜକୁ ବୋଲାଇ ହେଉଛି ସନ୍ଥ ,

ଭିତରେ ଭିତରେ ହାଃ ହତାଶାରେ କୋଡୁଛି ତାହାର ମୁଣ୍ଡ!! 


ମହାବିପତ୍ତିରେ ମୁନାଫାର ସୁଯୋଗ ଉଣ୍ଡି ଲୁଟୁଛନ୍ତି ଭଦ୍ରଜନ ,

ମୌଳିକ ଖାଉଟି ସାମଗ୍ରୀ କଳାବଜାରୀ ଠୁଁ ଔଷଧ ଅମ୍ଳଜାନ,

ଲମ୍ବିବାରେ ଲାଗିଛି ଏଇସବୁ ସେବା ଓ ଦ୍ରବ୍ଯର ତାଲିକା ଫର୍ଦ୍ଦ ,

ତଥାପି ପୁରିଲାନି ଉଦର ଯେ, ଲୁଟିବାରୁ ବାଦ ବି ପଡୁନି ଶବ!! 


କିଏ ଏଇ ଭଦ୍ରମୁଖାଧାରୀ ବେଦରଦୀ ଅବିବେକୀ ଲୁଟେରା? 

"କାନ୍ଦୁଥା ଯାହା ପାଉଛୁ ବାନ୍ଧୁଥା" ନୀତିକୁ କରିଛି ପାଥେୟ 

ଆନକୁ ଲୁଟିକରି ତ ସ୍ବର୍ଗକୁ ନେବାର ନାହିଁ ବି ଏଠୁଁ କିଛି 

ଅଢ଼େଇ ଦିନିଆ ଜୀବନରେ ଏକି ଜୀଇଁବାର ଅନ୍ତିମ ଉପାୟ?


ବିଚରା ଆକ୍ରାନ୍ତ ହେଉଛି ଆକ୍ତାମାକ୍ତା ଲୁଟେରାଙ୍କ ଦୌରାତ୍ମ୍ଯରେ ,

କଣ ବା ସିଏ କରିବ ପାରି ଏକେଲା ଜୀବନର ଏଇ ଲଢେଇରେ?? 



Rate this content
Log in

Similar oriya poem from Tragedy