STORYMIRROR

Saroj Kumar Ojha

Tragedy

3  

Saroj Kumar Ojha

Tragedy

ରହସ୍ୟ

ରହସ୍ୟ

1 min
148

ଅଶାନ୍ତ ପୃଥିବୀରେ ରହସ୍ୟର ନାହିଁ ଅନ୍ତ

ଘେରୁଛି ରହସ୍ୟ ଘାରୁଛି ସନ୍ଦେହ 

ଜନମତ ହେଉଛି ବିପୁଳ 

ଏ ରହସ୍ୟମୟ ଦୁନିଆରେ 

ଅଶାନ୍ତି ଓ ଅଶାନ୍ତର ବାତାବରଣ 

ପ୍ରକୃତି କୋଳରେ ଅନେକ 

ରହସ୍ୟ ହେଉଛି ସୂତ୍ରପାତ 

କ୍ଷଣ କ୍ଷଣରେ ସୃଷ୍ଟି ହେଉଛି 

ନେତାଜୀ ସୁଭାଷ ବୋଷଙ୍କ

ପୁଣ୍ୟତିଥି ଧରିବା ଇତିହାସ

ଜଗତର ଏକ ରହସ୍ୟମୟ 

ଯାନ୍ତ୍ରିକ ଦୁନିଆ ଓ ଶୂନ୍ୟପଥର

ଏ ସଂଯୋଗୀକରଣ ଦୁନିଆରେ

ସହସ୍ର ସହସ୍ର ରହସ୍ୟ 

ମାଳ ମାଳ ସନ୍ଦେହର ବାର୍ତ୍ତା 

ଅପ୍ଲୋଡ଼ିଂ ଅସଂଖ୍ୟ ସମସ୍ୟା 

ଇଣ୍ଟରନେଟ ୱେବସାଇଟ ପୋର୍ଟାଲରେ 

ଚର୍ଚ୍ଚା ଆଲୋଚନାର ସୀମା ନାହିଁ 

ସାଗରର ଜଳରାଶି ଚତୁର୍ଦ୍ଦିଗକୁ

ଚେଷ୍ଟା କରୁଛି ଅନ୍ୟତ୍ର ଚାଲିଯିବାକୁ 

ମାତ୍ର ପୁନଶ୍ଚ ଫେରୁଛି ପୁଣି ତା

ସୀମିତ ସ୍ଥାୟୀ ପାରିଧିକୁ 

ସେହିପରି ସମାଜର ସୁଧାର

ନିମନ୍ତେ କୌଶଳ ଯେତେ ଥିଲେ ବି

ସମାଧାନ ହେଉନାହିଁ 

ପୁନଃ ମୂଷିକ ଭବ ର ଉବାଚ 

ରହସ୍ୟ ଟଳୁନି 

ବିବାଦ ହଟୁନି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy