STORYMIRROR

Samita Swain

Tragedy

3  

Samita Swain

Tragedy

ଛଳନାର ଢେଉ

ଛଳନାର ଢେଉ

1 min
214

ମୋ ଜୀବନପଥେ ଘନ କୁହୁଡିର 

ବହଳିଆ ଆସ୍ତରଣ 

ତଥାପି ଆଗକୁ ଚାଲୁଛି ଚାଲିବି

ଥିବା ଯାଏ ଦେହେପ୍ରାଣ। ।


ଲୁହ ହୋଇ ଝରି ତରଳି ଆସଇ 

ଅନ୍ତରେ ସାଇତା ଦୁଃଖ 

ବେନି ନୟନର ଲବଣାକ୍ତ ଜଳେ

ବତୁରି ଯାଆଇ ମୁଖ।


ଅବୁଝା ପଣରେ ଆଖିର କଜ୍ଜଳ 

କହିଯାଏ କେତେ କଥା

ମନର ଭାଷାରେ ମୁଠାଏ ସପନ

ଓଠେ ଖାଲି ନିରବତା।।


ଅତୀତ କାହାଣୀ ସ୍ମୃତିର ଛାତିରେ

ଅଲିଭା କାଳିରେ ଲେଖା

ଅସରା ଜୀବନ ଦୁନିଆ ହାଟରେ

ଥିଲା ସେଇ ଶେଷ ଦେଖା।।


ପାଉଁଶ ତଳର ଦିକିଦିକି ନିଆଁ 

ଜଳେ ଜୁକୁଜୁକୁ ହୋଇ 

ବରଷା ଧାରର ବୁକୁର କୋହରେ

ବହିଯାଏ ଲୁହ ନଇ।।


ସେଇ ଲୁହ ନଇ ପହଁରି ପହଁରି

ସେପାରିକୁ ଚାଲିଯିବି

ଛଳନାର ଢେଉ ଯେତେବି ଆସିଲେ 

ଆଉ କେବେ ନ ଫେରିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy