STORYMIRROR

RAJANI KANTA SAHU

Tragedy

3  

RAJANI KANTA SAHU

Tragedy

ଯନ୍ତ୍ରଣା -୨

ଯନ୍ତ୍ରଣା -୨

1 min
196

ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୁଏ

ଛାତିର ଦୁଇ ଇଞ୍ଚ ଗଭୀରତାରେ ଥିବା ହୃଦୟଟା 


ତୁମେ ଗଲା ପରେ ପରେ

ଖାଲି ପଡିଥିବା ବାଟକୁ ଚାହିଁ ରହିଥାଏ

ସେ ବାଟ ଯାହା କିଛି ଦୂର ଗଲାପରେ

କେଉଁ ଏକ ବୁଲାଣିରେ ଶେଷ

ହେଇ ଯାଉଥାଏ ତାର ଅସ୍ତିତ୍ୱ ।


ସନ୍ଧ୍ୟା ଆସେ ଧିରେ ଧିରେ

ଆକାଶଟା ଯାକ ରଙ୍ଗିନ ବାଦଲ ଛାଇଯାଏ

ସେ ବାଟେ ଅନେକ 

ଲୋକ ଆସନ୍ତି ଆଉ ଯାଆନ୍ତି

କିନ୍ତୁ ତୁମେ ଆସନି

କିନ୍ତୁ ଆକାଶଟା ପୁଣି ରଙ୍ଗିନ ହୁଏ

 ଅଧିକରୁ ଅଧିକ।।


ଧିରେ ଧିରେ ସେ ଯନ୍ତ୍ରଣା ବିଛୁରି ଯାଏ

ଦେହଟା ଯାକ  ଶୀରାରୁ ଶୀରାକୁ 

ବୋହିଯାଏ ରକ୍ତ କ୍ଷୀପ୍ର ଗତିରେ  

ହାଡ ମାନେ ଥରିଯାଆନ୍ତି  ବଙ୍କି ଯାଆନ୍ତି 

ଲୋମ ସବୁ ଛିଡା ହେଇ ଯାଆନ୍ତି ନିଜ ସ୍ଥାନରେ ।।


ଏପରି ଲାଗେ ଏଥର ମୃତ୍ୟୁ ସୁନିଶ୍ଚିତ

ସେଇ ରାସ୍ତାକଡରେ ପଡିଥିବା ସିମେଣ୍ଟର

ଚୌକି ଉପରେ ଶୂନ୍ୟ ହେଇଯାଉଥାଏ

ମୋ ଆଖି ସାମ୍ନାର ଦୃଶ୍ୟ ସବୁ

ଲମ୍ବିଯାଉଥାଏ ରାସ୍ତା ଯେତେ ଦୂରକୁ ଦୂରକୁ  

ଆହୁରି ଦୂରକୁ  ବୋଧହୁଏ ଅନ୍ୟ ଏକ ପୃଥିବୀକୁ

ବୋଧହୁଏ ତୁମେ ସେହି ପୃଥିବୀକୁ

ଚାଲିଯାଇଛ ଏଇ କିଛି ସମୟ ପୂର୍ବରୁ 

ହୃଦୟରୁ ସୃଷ୍ଟି ହୁଏ ମୋ ଯନ୍ତ୍ରଣା ପୃଥିବୀ ସାରା

ବ୍ୟାପେ ଆଉ ସେ ରାସ୍ତାରେ ଗଡି ବିଳାପ କରେ

କିନ୍ତୁ ତୁମେ ଆଉ ଫେରନି ଦେଖିବାକୁ

ତୁହାକୁ ତୁହା ହୃଦୟରେ ଉଠୁଥିବା ଯନ୍ତ୍ରଣାକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy