STORYMIRROR

Priyanaka daya Kari nema kyha

Crime Thriller Others

4  

Priyanaka daya Kari nema kyha

Crime Thriller Others

ପ୍ରମ୍ପ୍ଟ 10-ଭିଟାମାଟି

ପ୍ରମ୍ପ୍ଟ 10-ଭିଟାମାଟି

2 mins
273


ଶୁଣୁ ବାବୁରେ ଗାଇବି ଏପରି ଗାଥା ଯାହା ଅଛି ଲେଖା, 

ମଣିଷ ଆଜି ମଣିଷ ର ମାନବତ୍ବ କୁ ଭୁଲି ସାଜିଛି ରକ୍ତ ମୁଖା ।


କାହିଁ କୋଉ ଯୁଗ ଯୁଗ ଧରି ଚାଲିଛି ଏହି ବିବାଦ, 

ଯାହା ପାଇଁ ଆଜି ସମାଜ ଆଖିରେ ନାଚୁଛି ସମ୍ପତି ପୌତିକ।


ଏହି ଭିଟାମାଟି ପାଇଁ ପୂରଣ ହେଲା ମହା କାବ୍ୟରେ ରଚିତ, 

କୁରୁ ପାଣ୍ଡଵ ଭିତରେ ଶତ୍ରୁତା ବଢ଼ି ବଢ଼ି ହେଲା ଯୁଧ୍ୟ ଏକ ।


ଏହି ଭିଟାମାଟି ପାଇଁ ରାମାୟଣରେ ସୀତା

ହେଲେ ଚୋରି, 

ପୁତ୍ର ଅନ୍ଧରେ ଅନ୍ଧିତହୋଇ ମାତା ହେଲେ କଳଙ୍କିତ ।


ଏହି ଭିଟାମାଟିର ଲୋଭରେ ପଡି ଇଂରେଜ କଲା ଶାସିତ, 

ତାହାକୁ ସୁରକ୍ଷା ଦେବାକୁ ଯାଇ କେତେ ହାରିଲେ ଦେଶ ଭକ୍ତ ।


ଭିଟାମାଟି ପାଇଁ ଅଶୋକ ନିଜର ରକ୍ତର ଭାଇକୁ କଲା ହତ୍ୟା, 

କଳିଙ୍ଗ ଯୁଧ୍ୟର ମହାସମାରୋହ ଇତିହାସରେ ଅଛି ଲେଖା ।


କାଶ୍ମୀର ଲୋଭରେ ପାକିସ୍ତାନି କରୁ ଅଛି ଏତେ ପାଲା, 

ହସି ହସି ଆମ ଦେଶର ବୀର ଜୀବନ ହାରି ଥିଲା ।


ଭାଇ ଆଜି ଭଗାରୀ ସାଜିଲା ଦେଲା ଭାତୃତ୍ବକୁ ବଳି, 

ଏକ ମାଆ ପେଟରୁ ଜାତ ହୋଇ ସାଜିଲା ସେ ଙ୍କ ସାରୀ ।


ଏପରି ଆଜି ଆମ ଦେଶର ନୈତିକ ଯାହା ପାଇଁ,  

ବାପା ପୁତ୍ର ମନରେ ସଜା ଲୋଭର ସମ୍ପତି ଟିକ ।


ଭଉଣୀ ଆଜି ସାଜିଲା ଭାଇର ପାଇଁ ଶତ୍ରୁ ଠାରୁ ହୀନ, 

ଯାହା ପାଇଁ ଭାଇ ଭଉଣୀ ଦେଖିଲେ କଚେରୀ ଚି଼ହ୍ନ ।


ନିଜର ମାଟି ବଞ୍ଚାଇବା ପାଇଁ ଗାନ୍ଧୀ ଧରି ଥିଲେ ବଡି, 

ଆଜିର ବାଳକ ହାତେ ଧରେ ଲୁହ ଛଡ଼ି ।



ପୁତ୍ର ପରି ପୁତ୍ର ଥିଲା କରିଥିଲା ଭାଇ ପାଇଁ ବନବାସ, 

ଏବେ ତ ପୁତ୍ର ଭିଟାମାଟି ପାଇଁ ମାଆ କୁ କରେ ନାଶ ।


ଆରେ ଦୁବିକ୍ଷ, ଦୁରାଚାରୀ ରାକ୍ଷସ ଆମ ଦେଶର ବୀର ଯବାନ, 

ଠାରୁ ଶିଖ, ନିଜର ସ୍ୱାର୍ଥ ଭୁଲି ମାଟି ମାଆ ସର୍ବଦା ଜାଗ୍ରତ ।


ଡାକୁଛି ତାକୁ ନିଜର ଭିଟାମାଟି କହେ ସେ ତାକୁ ଏହି ପରିକି, 

ତୋରି ସୁରକ୍ଷା ପାଇଁ ଯାଇଛି ମୁହିଁ ନିଜର ମଶାଲ ତେଜି ।


ମୋର ଭିଟାମାଟି ନୁହଇ କେବଳ ମୋ ମାଆ ପରି ମା "ଟି, 

କିପରି ନିଜ ଦେହରୁ ପିଣ୍ଡ ଅଲଗା କରିବି କି ।


କୃଷକ ପାଇଁ ସେ ଅମୁଲ୍ୟ ରତ୍ନ ହୀରା ନୀଳା ଠାରୁ ବଳି, 

ବର୍ଷା, ଖରା କୁ ନ ଡରି ସାଥି ତା ଭିଟାମାଟି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime