Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Tragedy Crime

3  

Abhisek Mohapatra

Tragedy Crime

ଗୋଟେ ଧର୍ଷିତାର ବୟାନ୍

ଗୋଟେ ଧର୍ଷିତାର ବୟାନ୍

1 min
442



ତୁ କହିଦେ "ସେ ତୋତେ କେଉଁଠି କେଉଁଠି ଛୁଇଁଛି" !

କେତେଥର ତୋତେ ଖୀନଭିନ୍ କରି ଖେଳିଛି

ଅମାନବିୟତାର ବିଭତ୍ସ କାଣ୍ଡ ,

କେତେଥର କହିଛି "ଯା ପୁଣିଥରେ ନୂଆ ହେଇଯା" ।


ତୋତେ ସେ କେତେଥର ଛୁଇଁଛି,ଟାଣିଛି କେଉଁ ସମୟରେ ?

କେଉଁଠି କେଉଁଠି କ୍ଷତାକ୍ତ କରିଛି ସେ ?

କହିଦେ ଏଥର ,

ଦେଖିବୁ ଏଥର ନ୍ୟାୟ ମିଳିଯିବ ତୋତେ !

ସବୁଥର ପରି ଏଥର ବି ଆସିଛନ୍ତି ଏକା ରଙ୍ଗ ରେ ,

ମାଟିଆ , କଳା ଧଳା ରଙ୍ଗ କେତେ ରକମର ପୋଷାକରେ

କହି ଦେଖ ତ, କାଳେ ତୋତେ ନ୍ୟାୟ ମିଳିଯାଇପାରେ !


ନା , ତୁ ଜମା ତା ପରି ନୁହେଁ,

ସବୁ ସହିଯାଇ ବୋଲିବୁ ସହନୀୟା ,

ନା,ତୁ ଜମା ଦେଖାନା ତୋର ରୂପ ସର୍ବସଂହା ,

ତୁ ଆଜି ଫାଟିବୁ ।

ତୁ ଆଜି ମିଶିବୁ ବିସ୍ଫୋରଣରେ ,

ସାମିଲ୍ ହେବୁ ଏଇ ଦାନବସଂହାରୀ ରୂପ ନେଇ !


ସେ ମୋର ବକ୍ଷକୁ ଚିରିଛି ,

ଯେଉଁଠୁ ସେ ଖାଦ୍ୟ ଖାଇ ବଞ୍ଚିଛି।

ସେ ଖୀନଭିନ୍ କରିଛି ମୋ ରକ୍ତାକ୍ତ ଜରାୟୁକୁ ,

ଯେଉଁଠୁ ଜନମିଛି ତାର ପୌରୁଷର ମୂଳମଞ୍ଜି !


ସେ ମୋର ଜଘଂକୁ ଛୁଇଁଛି,

ଯେଉଁଠି ବଢ଼ିଛି ତାର ଶୈଶବ।

ତଥାପି ମୁଁ ନାରୀ, ସର୍ବସଂହା ।


ସେଥିପାଇଁ ମୁଁ ସବୁକିଛି କୁ ସହି ନେଇଛି !


           



Rate this content
Log in

Similar oriya poem from Tragedy