Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Tragedy

5.0  

BISWESWAR MAJHI

Tragedy

ଅରବିନ୍ଦ ମଉଳିଲା

ଅରବିନ୍ଦ ମଉଳିଲା

1 min
6.5K


ବାଲି ଖେଳୁଥିଲେ ନନ୍ଦସୁତ ଗାଇ ବଡ ପରିଚୟ ତିଆରି କଲ

ଭିକାରୀ ବଳଙ୍କ ମାନସ ସନ୍ତାନ ଭକ୍ତ କବି ବୋଲି ବିଖ୍ୟାତ ହେଲ

ହେ ଅରବିନ୍ଦ !

ଖୋରଧା ଜିଲ୍ଲାର ଗଉରବ ତୁମେ ଭଜନ ରାଇଜର ମକରନ୍ଦ ।

ଭକ୍ତି ପ୍ରାବଲ୍ୟରୁ ଏକଷଠି ସାଲ ଜନ୍ମାଷ୍ଟମୀ ଦିନ ଜନମ ନେଲ

ଭକ୍ତି ଗୀତ ଗାଇ ଶ୍ରୋତାଙ୍କୁ ମଜ୍ଜାଇ ଭକତି ରସରେ ବୁଡାଇ ଥିଲ ।

ହେ ଅରବିନ୍ଦ !

ଅଠରର ଦୋଳ ପୂର୍ଣମୀରେ ହେଲା ଓଡିଆ ଭଜନ କରମ ମନ୍ଦ ।

ଜଗନ୍ନାଥ ନାମ ଗାଇବ ବୋଲିକି ସିନେ ସଂଗୀତକୁ କରିଲ ମନା

ଓଡିଶାର ତୁମେ ଅନୁପ ଜଲୋଟା ଉଡାଇଲ କେତେ କୀରତି ବାନା ।

ହେ ଅରବିନ୍ଦ !

ତୁମରି ବିହୁନେ ଓଡିଆ ଭଜନ ହରାଇବ ପରା ତାହାର ଛନ୍ଦ ।

ଗୁରୁ ଯାଇଥିଲେ ଶିଷ୍ୟ ଚାଲିଗଲ ଭଜନ ରାଇଜ କରି ଅନାଥ

ପଇଡରେ ପାଣି ଭଜନ ଗାଆନ୍ତି ଭଜନ ଭାବକୁ କରି ଅନର୍ଥ ।

ହେ ଅରବିନ୍ଦ !

ଭଜନକାରଙ୍କୁ ସଦବୁଦ୍ଧି ଦିଅ ଦ୍ୱିଅର୍ଥକ ଗୀତ ଆଉ ନଫାନ୍ଦ ।


Rate this content
Log in

Similar oriya poem from Tragedy